ଜାଣନ୍ତୁ ଭେଣ୍ଡିର ଉପକାରୀତା ଗୁଣ
ଜାଣନ୍ତୁ ଭେଣ୍ଡିର ଉପକାରୀତା ଗୁଣ
admin
Sep 9, 2019 - 12:29
Updated: Sep 9, 2019 - 12:29
ଆମେ ଖାଉଥିବା ଅନ୍ୟାନ୍ୟ ପନିପରିବା ପରି ଭେଣ୍ଡି ମଧ୍ୟ ଏକ ଗୁଣକାରୀ ପରିବା । ଏଥିରେ ପ୍ରଚୁର ମାତ୍ରରେ ଭିଟାମିନ-ଏ, ଭିଟାମିନ-କେ, ଓ ଭିଟାମିନ-ସି, ସହିତ ବିଟାକେରୋଟିନ, ଫୋଲେଟ ପରି ଶରୀର ପାଇଁ ଆବଶ୍ୟକ ବହୁ ମହତ୍ୱପୂର୍ଣ୍ଣ ତତ୍ୱ ରହିଥାଏ । ଭେଣ୍ଡିକୁ ଇଂରାଜୀରେ ‘ଲେଡି ଭିଙ୍ଗର’ କୁହାଯାଏ । ଏହାର ବୈଜ୍ଞାନିକ ନାମ ଏବେଲମୋସ୍କସ ଏସ୍କୁଲେଂଟ ।
ଗୁଣ ଓ ଫାଇଦା
୧-ଭେଣ୍ଡି ଅନ୍ତ ସଫାକରେ । ସେଥିରେ ଥିବା ବିଷାକ୍ତ ତତ୍ୱ ଦୂର କରେ । ଫଳରେ ଅନ୍ତନାଡି ସୁସ୍ଥ ରଖିବା ସହ ନିଜ କ୍ଷମତା ମୁତାବକ କାମ କରେ ।
୨-ଏଥିରେ ଥିବା ପେକଟିନ ଓ ଫାଇବର କୋଲେଷ୍ଟରଲ୍ ମାତ୍ରାକୁ ନିୟନ୍ତ୍ରଣ କରେ ଏବଂ ହୃଦୟ ସୁସ୍ଥ ରଖେ ।
୩-ମଧୁମେହରେ ପୀଡିତ ରୋଗୀମାନଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ । ଏହା ଶର୍କରା ପରିମାଣ ହ୍ରାସ କରିବାରେ ସହାୟକ ହୁଏ ।
୪-ଏହାର ଫାଇବର ପାଚନକ୍ରିୟାକୁ ସହଜ ସରଳ କରେ । ଫଳରେ ହଜମ ଶକ୍ତି ବଢେ ।
୫-ଭେଣ୍ଡିରୁ ମିଳୁଥିବା ଭିଟାମିନ-କେ ହାଡ ମଜଭୁତ କରେ ।
୬-ଏହାର ଆଂଟି-ଅକ୍ସିଡେଣ୍ଡ ଓ ଭିଟାମିନ-ସି ରୋଗ ପ୍ରତିରୋଧକ ଶକ୍ତି ବଢାଏ ।
୭-ଆଖି ପାଇଁ ଭେଣ୍ଡି ଅନ୍ୟତମ ଲାଭକାରୀ ପରିବା ନିୟମିତ ଭେଣ୍ଡି ଖାଉଥିବା ବ୍ୟକ୍ତି ସହଜରେ କୌଣସି ପ୍ରକାର ଚକ୍ଷୁ ସଂକ୍ରମଣ ବା ଚକ୍ଷୁ ସମସ୍ୟାର ଶିକାର ହୁଅନ୍ତି ନାହିଁ । ଏଥିରେ ଥିବା ଭିଟାମିନ-ଏ ଓ ବିଟା କେରୋଟିନ ଆଖିକୁ ନୀରୋଗ ରଖେ ଏବଂ ମୋତିଆ ବିନ୍ଦୁ ଆଶଙ୍କାକୁ ମଧ୍ୟ ପ୍ରତିହତ କରେ ।
୮-ଗର୍ଭବତୀମାନଙ୍କ ପାଇଁ ଏହା ବରଦାନ ସ୍ୱରୂପ । କାରଣ ଏଥିରେ ଫୋଲେଟ ନାମକ ଏକ ମହତ୍ୱପୂର୍ଣ୍ଣ ତତ୍ୱ ଥାଏ, ଯାହା ଗର୍ଭସ୍ଥ ଶିଶୁର ମସ୍ତିଷ୍କ ବିକାଶ ପାଇଁ ଅତି ଜରୁରୀ ଅଟେ ।
୯-ଭେଣ୍ଡି ତ୍ୱଚା ଓ କେଶକୁ ମଧ୍ୟ ସୁରକ୍ଷା ଦିଏ । ଏହାର ତୈଳାକ୍ତ ଅଂଶ ସହିତ ଲେମ୍ବୁ ରସ ମିଶାଇ ସାମ୍ଫୁ ପରି ବ୍ୟବହାର କଲେ କେଶ ସୁସ୍ଥ ଓ ଘନ ହୁଏ ।
୧୦-ରକ୍ତହୀନତା ଭୋଗୁଥିବା ରୋଗୀମାନଙ୍କ ପାଇଁ ଏହା ଆଶୀର୍ବାଦ ପରି । ଏହାର ଆଇରନ୍ ହିମୋଗ୍ଲୋବିନ ନୂତନ ରକ୍ତ ସୃଷ୍ଟି କରିବାରେ ସହାୟକ ହୁଏ ।