ସୁଖୀ ରହିବାର ଉପାୟ
ସୁଖୀ ରହିବାର ଉପାୟ

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଆମେ ବଞ୍ଚିବା ମଧ୍ୟ ଭୁଲି ଯାଉଛେ । ପରିବାର ଓ ନିଜ ଶୁଭ ଚିନ୍ତକଙ୍କ ସହିତ ସମୟ ମଧ୍ୟ ଅତିବାହିତ କରିବା ପାଇଁ ଆମ ପାଖରେ ସମୟ ନଥାଏ । ମହାପୁରୁଷମାନଙ୍କ ଦ୍ୱାରା ଏମିତି କିଛି ନୀତିବାଣୀ କୁହାଯାଇଛି, ଯାହାକୁ ମାନିଲେ ଜୀବନରେ ସଫଳତା ମିଳିବା ସହ ଖୁସି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯଥା:
* ସଫଳତା ଭାଗ୍ୟ ସାମ୍ନାରେ ଭିକ ମାଗିବା ଦ୍ୱାରା ମିଳି ନଥାଏ, ନିଜ ପରିଶ୍ରମ ଦ୍ୱାରା ଏହାକୁ ଛଡେଇ ଆଣିବାକୁ ପଡ଼େ।
* ଯଦି ତୁମର ଏକୁଟିଆ ଚାଲିବାର ଶକ୍ତି ଅଛି, ତା’ହେଲେ ଜାଣିନିଅ ଦିନେ ନା ଦିନେ ନିଶ୍ଚୟ ତୁମ ପଛରେ ଭିଡ଼ ଜମାହେବ।
* ଯେ ପର୍ଯ୍ୟନ୍ତ ଜୀବନ ଅଛି ସେ ପର୍ଯ୍ୟନ୍ତ ସମସ୍ୟା ଆସିବ। ତେଣୁ ସମସ୍ୟା ଆସିଲେ ଅଧର୍ଯ୍ୟ ନ ହୋଇ ଧର୍ଯ୍ୟର ସହ ତାହାକୁ ସାମ୍ନା କଲେ ଏଥିରୁ ମୁକ୍ତି ପାଇବାର ବାଟ ଆପେ ଆପେ ଖୋଲିଯାଇଥାଏ।
* ସେହିପରି ଯଦି ତୁମକୁ ଉପରକୁ ଉଠିବାକୁ ଇଚ୍ଛା ତା’ହେଲେ ତୁମକୁ ସେହିସବୁ ଜିନିଷ ଛାଡିବାକୁ ପଡ଼ିବ, ଯାହା ତୁମକୁ ତଳକୁ ଟାଣୁଛି।
* ଅନ୍ୟପକ୍ଷେ ନିଜ ପରିଶ୍ରମ ଓ କର୍ମକୁ ଗୋପନୀୟ ରଖିବା ହେଉଛି ସଫଳତାର ସର୍ବଶ୍ରେଷ୍ଠ ଉପାଦାନ।