ସେଲଫିରୁ ହୃଦରୋଗ ଚିହ୍ନଟ

ସେଲଫିରୁ ହୃଦରୋଗ ଚିହ୍ନଟ

ସେଲଫିରୁ ହୃଦରୋଗ ଚିହ୍ନଟ
ଏଣିକି ଡାକ୍ତରଙ୍କୁ ନିଜର ସେଲଫି ପଠାଇ ସହଜରେ ହୃଦରୋଗ ଚିହ୍ନଟ କରାଯାଇପାରିବ । କମ୍ପୁ୍ୟଟର ଆଲଗୋରିଦମ ପାଇଁ ଜଣେ ବ୍ୟକ୍ତିଙ୍କ ମୁହଁର ବିଶ୍ଳେଷଣ କରି କୋରୋନାରି ଆର୍ଟେରି ରୋଗ ଚିହ୍ନଟ ସମ୍ଭବ ବୋଲି ଗବେଷକମାନେ ଦାବି କରୁଛନ୍ତି । ୟୁରୋପିୟାନ ହାର୍ଟ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁସାରେ ବ୍ୟାପକ ସ୍ତରରେ ଲୋକଙ୍କ ହୃଦରୋଗ ଚିହ୍ନଯ ନିମନ୍ତେ ଆଲଗୋରିଦମକୁ ସ୍କି୍ରନିଂ ଉପକରଣ ରୂପେ ପ୍ରୟୋଗ କରାଯାଇପାରିବ । ହୃଦରୋଗ ଚିହ୍ନଟ ନିମନ୍ତେ କୃତି୍ରମ ବୁଦ୍ଧିମତାକୁ ଲୋକଙ୍କ ମୁହଁର ବିଶ୍ଳେଷଣ ପାଇଁ ପ୍ରୟୋଗ କରାଯିବାର ଏହା ପ୍ରଥମେ ପଦକ୍ଷେପ ବୋଲି ଅଧ୍ୟୟନର ଲେଖକ ଚୀନର ପେକିଂ ୟୁନିୟନ ମେଡିକାଲ କଲେଜର ଝେ ଝେଙ୍କ କହିଛନ୍ତି । ରୋଗୀ ଚିହ୍ନଟ କରିବା ସହିତ ପରବର୍ତ୍ତୀ ଯାଞ୍ଚ ନିମନ୍ତେ ଏହା ଶସ୍ତା, ସରଳ ଓ ପ୍ରଭାବଶାଳୀ ତରିକା ହୋଇପାରିବ । ତେବେ ଅନ୍ୟ ଲୋକସଂଖ୍ୟା ଓ ଜାତୀୟତାରେ ଏହି ଆଲଗୋରିଦମ ନିମନ୍ତେ ପରବର୍ତ୍ତୀ ପରିଶୋଧନ ଓ ବାହ୍ୟ ବୈଧତା ଆବଶ୍ୟକ । ୮୦ ପ୍ରତିଶତ ମାମଲାରେ ଆଲଗୋରିଦମ ହୃଦରୋଗର ସଠିକ ଚୟନ କରିଥିଲା ଏବଂ ୬୧ ପ୍ରତିଶତ ମାମଲାରେ ହୃଦରୋଗ ନଥିବା ସଠିକ ଚିହ୍ନଟ କରିଥିଲା । ତେବେ ଏ ନେଇ ଅଧିକ ଗବେଷଣା ଓ ଯାଞ୍ଚ ଜରୁରୀ ବୋଲି ଗବେଷକମାନେ ସ୍ପଷ୍ଟ କରିଛନ୍ତି ।