ଛତୁର ୪ଟି ଉପକାରୀ ଗୁଣ ବିଷୟରେ ଜାଣନ୍ତୁ
ଛତୁର ୪ଟି ଉପକାରୀ ଗୁଣ ବିଷୟରେ ଜାଣନ୍ତୁ
admin
Mar 31, 2021 - 12:04
Updated: Mar 31, 2021 - 12:04
ଛତୁ ସମସ୍ତଙ୍କ ପାଇଁ ଖୁବ୍ ପ୍ରିୟ । ଅଧିକାଂଶ ଶାକାହାରୀଙ୍କ ପାଇଁ ଏହା ଏକ ପସନ୍ଦର ପରିବା ଅଟେ । ଖାଦ୍ୟକୁ ଏହା ସ୍ୱାଦିଷ୍ଟ କରିବା ବ୍ୟତୀତ ଏହା ଶରୀର ପାଇଁ ମଧ୍ୟ ବହୁତ ଫଳପ୍ରଦ । ଛତୁରେ କ୍ୟାଲୋରୀ କମ୍ ହେବା ସହ ଅନେକ ପ୍ରକାରର ପୋଷକ ତତ୍ତ୍ୱରେ ଭରପୂର । ଏହାକୁ ତରକାରୀ, ସାଲାଡ଼, ସୁପ୍ ଓ ପନିପରିବା ଏପରିକି ସ୍ନାକ୍ସ ପରି ମଧ୍ୟ ଖିଆ ଯାଇପାରେ ।
ଭିଟାମିଟ୍-ଡି ର ଏକ ମୁଖ୍ୟ ଉତ୍ସ –
ଶରୀର ପାଇଁ ଭିଟାମିନ୍-ଡି ବହୁତ ଜରୁରୀ ହୋଇଥାଏ। ଏହାର ଅଭାବରେ ଅନେକ ପ୍ରକାରର ରୋଗ ହେବାରେ ଲାଗିଥାଏ । ଭିଟାମିନ୍-ଡି ବହୁତ କମ୍ ପନିପରିବାରେ ମିଳିଥାଏ ଏବଂ ଛତୁ ଏଥି ମଧ୍ୟରୁ ଗୋଟିଏ । ପ୍ରତିଦିନ ଛତୁ ଖାଇବା ଦ୍ୱାରା ଶରୀରରେ ଏକ ଦିନର ଭିଟାମିନ୍-ଡି ଆବଶ୍ୟକୀୟ ମାତ୍ରାରେ ପୁରି ଥାଏ । ଧଳା ଓ ପ୍ରୋଟେବଲ ଛତୁରେ ଭିଟାମିନ୍-ଡି ଭରପୂର ମାତ୍ରାରେ ଥାଏ ।
ସେଲେନିୟମରେ ଭରପୂର-
ସେଲେନିୟମ ଶରୀରରେ ଆଣ୍ଟିଅକ୍ସିଡେଣ୍ଟ ପରି କାମ କରିଥାଏ । ଏହି ଶରୀରକୁ ମୁକ୍ତ ରେଡିକଲରେ ହେଉଥିବା କ୍ଷତିରୁ ରକ୍ଷା ପାଇବା ସହ ଇମ୍ୟୁନି ସିଷ୍ଟମକୁ ଦୃଢ଼ କରିଥାଏ । ଛତୁରେ ସେଲେନିୟମ ଭରପୂର ମାତ୍ରାରେ ମିଳେ । ଏହା ଶରୀରର ଆଭ୍ୟନ୍ତରକୁ ସୁସ୍ଥ ରଖିଥାଏ ।
ଓଜନ ହ୍ରାସରେ ଫଳପ୍ରଦ-
ଛତୁରେ କ୍ୟାଲୋରୀ ବହୁତ କମ୍ ଥାଏ । ୫ଟି ଧଳା ଛତୁ ବା ଗୋଟିଏ ପୁରା ପୋର୍ଟେବଲ ଛତୁରେ କେବଳ ୨୦ କ୍ୟାଲୋରୀ ମିଳିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ପୁରି ଯାଏ ଏବଂ ଶୀଘ୍ର ଭୋକ ଲାଗିନଥାଏ , ଯେଉଁଥିରେ ଆପଣ ଜଙ୍କ୍ ଫୁଡ୍ ଓ ଓଭରଇଟିଙ୍ଗ୍ରୁ ରକ୍ଷା ପାଇ ପାରିବେ ।
ଅନେକ ପ୍ରକାରରେ ଖାଇ ପାରିବେ –
ନ୍ୟୁଟ୍ରିଶନିଷ୍ଟଙ୍କର କହିବା ହେଲା ଆପଣ ନିଜର ଡାଇଟ୍ରେ ଅନେକ ପ୍ରକାରର ଜିନିଷ ସାମିଲ କରିବା ଉଚିତ୍ । ଛତୁ ସହଜରେ ମିଳୁଥିବା ପରିବା ଭଳି ଅନେକ ପ୍ରକାରରେ ତିଆରି କରି ଏହାର ପୋଷକ ତତ୍ତ୍ୱ ପାଇ ପାରିବେ । ଏହା ବହୁତ ସହଜରେ ତିଆରି ହୋଇଥାଏ । ଆପଣ ଏହାକୁ ସାଲାଡ , ପରିବା ବା ସୁପ୍ ପରି ନିଜର ଦୈନିକ ଖାଦ୍ୟରେ ସାମିଲ କରିପାରିବେ ।