ଅନେକ ରୋଗ ଦୂର କରେ କଲରା

ଅନେକ ରୋଗ ଦୂର କରେ କଲରା

ଅନେକ ରୋଗ ଦୂର କରେ କଲରା
କଲରା ଏକ ସ୍ୱାସ୍ଥ୍ୟ ଉପଯୋଗୀ ପରିବା । ଏହାର ସ୍ୱାଦ ପିତା ହୋଇଥିବା କାରଣରୁ ଏହାକୁ ବହୁ ଲୋକେ ଖାଇବାକୁ ପସନ୍ଦ କରିନଥାଆନ୍ତି । ହେଲେ ପାଟିକୁ ସୁସ୍ୱାଦୁ ନଲାଗିଲେ ମଧ୍ୟ କଲରାର ବହୁ ଔଷଧୀୟ ଗୁଣ ରହିଛି । ଏହା ଆମ ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ । ତେବେ କଲରା ଖାଇବା ଦ୍ୱାରା ଆମ ଶରୀରକୁ କଣ ଲାଭ ମିଳେ ଆସନ୍ତୁ ଜାଣିବା: କଲରାରେ ଫାଇବର ରହିଛି । ତେଣୁ କଲରା ରସକୁ ପିଇବା ଦ୍ୱାରା ବହୁତ ସମୟ ପର୍ଯ୍ୟନ୍ତ ଭୋଗ ଲାଗେ ନାହିଁ ଓ ଏହା ଦ୍ୱାରା ଶରୀରର ଓଜନ ମଧ୍ୟ କମ ହୋଇଥାଏ । କଲରା ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ସକ୍ରିୟ ହୋଇଥାଏ । ହୃଦ ଜନିତ ସମସ୍ୟାରୁ ମଧ୍ୟ କଲରା ରକ୍ଷା କରିଥାଏ । ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କଲରା ଖାଆନ୍ତୁ କିମ୍ବା କଲରା ପତ୍ରକୁ ପାଣି ଫୁଟାଇ ତା’ର ପାଣିକୁ ସେବନ କରନ୍ତୁ । ଯଦି ଆପଣଙ୍କ ପାଚନ ଶକ୍ତି ଦୁର୍ବଳ ଅଛି ତେବେ କଲରା ଖାଆନ୍ତୁ । ଏହା ଦ୍ୱାରା ପାଚନ ଶକ୍ତି ବୃଦ୍ଧି ପାଇଥାଏ । କଲରାରେ ଅଧିକ ପରିମାଣରେ କ୍ୟାଲସିୟମ ଥାଏ, ଯଦ୍ୱାରା ହାଡ଼ ମଜବୁତ ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ କଲରା ଏକ ମହୋଷଧୀ ପରି କାମ କରିଥାଏ ।