ତାପମାତ୍ରା ସହ କରୋନା ଭାଇରସର ସମ୍ପର୍କ ନାହିଁ

ତାପମାତ୍ରା ସହ କରୋନା ଭାଇରସର ସମ୍ପର୍କ ନାହିଁ

ତାପମାତ୍ରା ସହ କରୋନା ଭାଇରସର ସମ୍ପର୍କ ନାହିଁ
ନୂଆଦିଲ୍ଲୀ: ବିଶ୍ୱରେ କାୟା ମେଲାଉଛି କରୋନା ଭାଇରସ । ଟାଣ ଖରା ହେଲେ କରୋନା ଭାଇରସ୍‌ର ପ୍ରଭାବ କମିଯିବ ବୋଲି କିଛି ବିଶେଷଜ୍ଞ ମତ ଦେଉଛନ୍ତି । କିନ୍ତୁ କିଛି ବିଶେଷଜ୍ଞ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ତାପମାତ୍ରା ସହ କରୋନା ଭାଇରସର କିଛି ସମ୍ପର୍କ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଡବ୍ଲ୍ୟୁଏଚଓ ମଧ୍ୟ କହିଛନ୍ତି ଥଣ୍ଡା ହେଉ କି ଗରମ କରୋନା ଭାଇରସ ଉପରେ ଏହାର କିଛି ପ୍ରଭାବ ପଡ଼ିବ ନାହିଁ । ଏଭଳି ସ୍ଥିତିରେ ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଚେତାବନୀ ଦିଆଯାଇ କୁହାଯାଇଛି ଯେ ଖରା ହେଲେ ଯେ କରୋନା ଭାଇରସ୍‌ର ପ୍ରଭାବ କମିଯିବ ତାହା ଭାବିବା ଭୁଲ । ଏ ନେଇ କେବଳ ଆକଳନ କରାଯାଉଛି କିନ୍ତୁ କିଛି ସ୍ପଷ୍ଟ ହୋଇନାହିଁ । ଏନେଇ ଆହୁରି ଅଧ୍ୟୟନ ଜାରି ରହିଛି । ଅନ୍ୟ ପକ୍ଷେ ଚୀନରେ ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଚୀନର ତାପମାତ୍ରା ବଢ଼ିବା ପରେ ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା କମିଛି ।