ଜିଏସଟି ରିଫଣ୍ଡ ପରିଚାଳନା ପାଇଁ ଏକକ ପ୍ରାଧିକରଣ ଶୀଘ୍ର

ଜିଏସଟି ରିଫଣ୍ଡ ପରିଚାଳନା ପାଇଁ ଏକକ ପ୍ରାଧିକରଣ ଶୀଘ୍ର

ଜିଏସଟି ରିଫଣ୍ଡ ପରିଚାଳନା ପାଇଁ ଏକକ ପ୍ରାଧିକରଣ ଶୀଘ୍ର
ନୂଆଦିଲ୍ଲୀ: ମୋଦି ୨.୦ରେ ଜିଏସଟିକୁ ଆହୁରି ସୁବ୍ୟବସ୍ଥିତ କରାଯିବ । ବେପାରୀ ଓ କମ୍ପାନି ଗୁଡିକ ଲାଗି ଜିଏସଟି ରିଫଣ୍ଡ ପରିଚାଳନାକୁ ଅଧିକ ସହଜ କରାଯିବ । ଏଥିପାଇଁ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ଏକକ ପ୍ରାଧିକରଣ ଆସିବ । ଏହି ଏକକ ପ୍ରାଧିକରଣରେ ବ୍ୟବସାୟୀମାନେ ଜିଏସଟି ରିଫଣ୍ଡକୁ ନେଇ ସବୁ ପ୍ରକାରର ସମାଧାନ ଖୋଜିପାରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ନୂଆ ଏନଡିଏ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବ ବୋଲି ଏକ ସୂତରୁ ଜଣାପଡିଛି । ସୂତ୍ର ମୂତାବକ ରାଜସ୍ୱ ବିଭାଗ ବର୍ତମାନ ଜିଏସଟି ରିଫଣ୍ଡ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଭିନ୍ନ କାର୍ଯ୍ୟ ଜାରି ରହିଛି । ଆସିବାକୁ ଥିବା ନୂଆ ବ୍ୟବସ୍ଥା ଦ୍ୱାରା ଟିକେସଦାତାଙ୍କ ରିଫଣ୍ଡ ଦାବି ଥରେ ମଞ୍ଜୁର ହୋଇଯିବା ପରେ ତାଙ୍କ କ୍ଷେତ୍ରାଧିକାର ଅଧିକାରଙ୍କ ଠାରୁ ସେ ସମସ୍ତ ରିଫଣ୍ଡ ହାସଲ କରି ପାରିବେ । ବର୍ତମାନ ପ୍ରଚଳିତ ବ୍ୟବସ୍ଥା ଅନୁସାରେ ଜଣେ ଟିକେସଦାତା ନିଜ କ୍ଷେତ୍ରାଧିକାର ଟିକେସ ପ୍ରାଧିକରଣ ନିକଟରେ ରିଫଣ୍ଡ ଦାବି ପାଇଁ ଆବେଦନ କରିବା ପରେ ପ୍ରାଧିକରଣ ତାଙ୍କର ୫୦% ଦାବିକୁ ମଞ୍ଜୁର ଦେଉଛନ୍ତି । ବଳକା ୫୦% ଦାବିକୁ ରାଜ୍ୟ ଟିକେସ ଅଧିକାରୀ ବ୍ୟାପକ ଯାଂଚ ପରେ ମଞ୍ଜୁର କରୁଛନ୍ତି । ଏଭଳି ବ୍ୟବସ୍ଥା ଟିକେସଦାତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ସେମାନେ ଅଯଥା ହଇରାଣ ହେଉଛନ୍ତି । ତେଣୁ ଏକକ ପ୍ରାଧିକରଣ ଆସିବା ପରେ ଏହି ସମସ୍ୟା ଆଉ ରହିବ ନାହିଁ ।