ମୋବାଇଲ ଫୋନ ନିର୍ମାଣରେ ଚୀନକୁ ଟପିବ ଭାରତ

ମୋବାଇଲ ଫୋନ ନିର୍ମାଣରେ ଚୀନକୁ ଟପିବ ଭାରତ

ମୋବାଇଲ ଫୋନ ନିର୍ମାଣରେ ଚୀନକୁ ଟପିବ ଭାରତ
ନୂଆଦିଲ୍ଲୀ: ମୋବାଇଲ ଫୋନ ନିର୍ମାଣରେ ଭାରତ ଚୀନକୁ ଟପିବା ଲକ୍ଷ୍ୟ ରଖିଛି । କେନ୍ଦ୍ର ଟେଲିକମ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି ପିଏଲଆଇ ଯୋଜନାରେ ସରକାର ୧୬ଟି ଯୋଜନାକୁ ମଞ୍ଜୁରି ଦେଇ ସାରିଲେଣି । ଏଥିରେ ଉଭୟ ଘରୋଇ ଓ ବିଦେଶୀ କମ୍ପାନୀ ରହିଛନ୍ତି । ଏମାନେ ୧୧ ହଜାର କୋଟି ଟଙ୍କା ନିବେଶ କରି ୫ ବର୍ଷରେ ୧୦.୫ ଲକ୍ଷ କୋଟି ଟଙ୍କାର ମୋବାଇଲ ଫୋନ ଉପôାଦ କରିବେ । ଏହି କମ୍ପାନୀ ଗୁଡିକ ମଧ୍ୟରେ ଆଇଫୋନ ନିର୍ମାତା ଆପଲର ଠିକା କମ୍ପାନୀ ଫକ୍ସକନ, ୱିସଟ୍ରନ ଓ ପେଗାଟ୍ରନ ସମେତ ସାମସଙ୍ଗ ଓ ରାଇଜିଂ ଷ୍ଟାର ଭଳି ବିଦେଶୀ କମ୍ପାନୀ ଅଛନ୍ତି । ମଞ୍ଜୁରି ହାସଲ କରିଥିବା ଘରୋଇ କମ୍ପାନୀ ଗୁଡ଼ିକ ମଧ୍ୟରେ ଲାଭା, ଭଗବତି (ମାଇକ୍ରୋମାକ୍ସ), ପାଡଗେଟ ଇଲେକ୍ଟ୍ରନିକସ , ୟୁଟିଏଲ ନିଓଲିଙ୍କସ ଏବଂ ଅପ୍ଟିଏମସ ରହିଥିବା ଜଣାଯାଇଛି । ୨୦୧୪ରେ ଭାରତ ୬ କୋଟି ମୋବାଇଲ ଫୋନ ଉପôାଦନ କରୁଥିବା ବେଳେ ୨୦୧୯ ରେ ଏହା ୨୯ କୋଟିକୁ ପହଞ୍ଚିଛି ।