ଜାନୁଆରୀରେ ପିଆଜ ଶସ୍ତା ହେବ
ଜାନୁଆରୀରେ ପିଆଜ ଶସ୍ତା ହେବ
admin
Dec 18, 2020 - 08:17
Updated: Dec 18, 2020 - 08:17
ନୂଆଦିଲ୍ଲୀ: ପିଆଜ ଦର ହ୍ରାସ କରିବା ଲକ୍ଷ୍ୟ ନେଇ ଆମଦାନି ନିୟମକୁ ସରକାର କୋହଳ କରିଛନ୍ତି । ୨୦୨୧ ଜାନୁଆରୀ ୩୧ ପର୍ଯ୍ୟନ୍ତ ଆମାଦାନି ନିୟମ କୋହଳ ରହିବ । ଫଳରେ ସୁବିଧାରେ ଏବଂ କମ୍ ଦାୟର ପିଆଜ ଦେଶ ଭିତରକୁ ଆସିପାରିବ । ତାହା ବଜାରରେ ପହଞ୍ଚିବା ପରେ ଲୋକମାନେ ସୁଲଭ ମୂଲ୍ୟରେ ପିଆଜ କିଣିପାରିବେ । ଗତ ଅକ୍ଟୋବର ୩୧ ତାରିଖ ଠାରୁ ପିଆଜ ନିୟଜ କୋହଳ କରାଯାଇଥିଲା । ସେହି ସୁବିଧାକୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କୃଷି ମନ୍ତ୍ରଣାଳୟ ପକ୍ଷରୁ ପିଆଜର ଚଢ଼ା ଦଳକୁ ନେଇ ସାଧାରଣ ଜନତା ବେଶ ଚିନ୍ତିତ ଅଛନ୍ତି । ପିଆଜର ଉପଲବ୍ଧତା ବଢ଼ାଇବା ଲାଗି ଏହାର ଆମଦାନୀ ନିୟମକୁ କୋହଳ କରାଯାଇଛି । ତେବେ ଏଥିପାଇଁ ସରକାର କେତେକ ସର୍ତ୍ତ ମଧ୍ୟ ରଖିଛନ୍ତି । ଦେଶ ଭିତରକୁ ଯେତେ ପିଆଜ ଆସିବ ତାହାକୁ କ୍ୱାରାଣ୍ଟିନ ଅଧିକାରୀ ପ୍ରଥମେ ଯାଞ୍ଚ କରିବେ । ପିଆଜ ଗୁଡ଼ିକ କୀଟନାଶକ ମୁକ୍ତ ବୋଲି ପ୍ରମାଣ ମିଳିବା ପରେ ତାହା ବଜାରକୁ ଯିବ । ଯେଉଁ ସଂସ୍ଥା ପିଆଜ ଆମାଦାନୀ କରିବ ସେମାନଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ । ଲୋକମାନଙ୍କୁ ବ୍ୟବହାର ପାଇଁ ଆମଦାନୀ କରାଯାଉଛି ବୋଲି ସେମାନେ ଆଗୁଆ ଘୋଷଣା କରିବେ । ପିଆଜ ଆମଦାନୀ ଘରୋଇ କମ୍ପାନୀ କରୁଛନ୍ତି । ତେଣୁ ନୂଆ ଫସଲ ବଜାରକୁ ନ ଆସିବା ପର୍ଯ୍ୟନ୍ତ ଦାମ ଉଚ୍ଚ ରହିବାର ଆଶଙ୍କା ରହିଛି । କେତେକ ସ୍ଥାନରେ ନୂତନ ପିଆଜ ବଜାରକୁ ଆସିବା ଆରମ୍ଭ ହୋଇଗଲାଣି । ସେଥିପାଇଁ ଦିଲ୍ଲିରେ ପିଆଜର କିଲୋ ପିଛା ଦାମ ୪୦ ଟଙ୍କାରୁ କମ୍ ସ୍ତରରେ ରହିଛି ।