ଅମ୍ବାନୀକୁ ପଛରେ ପକାଇଲେ ଅଦାନୀ : ଜାଣନ୍ତୁ ଦିନକୁ ଆୟ କେତେ କୋଟି ଟଙ୍କା!
ଅମ୍ବାନୀକୁ ପଛରେ ପକାଇଲେ ଅଦାନୀ : ଜାଣନ୍ତୁ ଦିନକୁ ଆୟ କେତେ କୋଟି ଟଙ୍କା!
admin
Nov 20, 2020 - 12:20
Updated: Nov 20, 2020 - 12:20
ନୂଆଦିଲ୍ଲୀ : ଏସିଆ ମହାଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଛନ୍ତି ଗୌତମ ଅଦାନୀ । ୨୦୨୦ରେ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଅଦାନୀ । ଚଳିତ ବର୍ଷର ପ୍ରଥମ ଦଶମାସ ସୁଦ୍ଧା ଅଦାନୀ ୧୯.୧ ବିଲିୟନ ଡଲାର ଆୟ କରି ପ୍ରଥମ ସ୍ଥାନରେ ରହିଛନ୍ତି । ଏହି ସମୟ ମଧ୍ୟରେ ଭାରତ ତଥା ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ଆୟ ୧୬.୪ ଡଲାର ଆୟ କରିଛନ୍ତି ।
ବିଗତ ୧୦ ମାସ ମଧ୍ୟରେ ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀ ପ୍ରାୟ ୧.୪୧ ଲକ୍ଷ କୋଟି ଆୟ କରିଛନ୍ତି । ହାରାହାରି ଦେଖିଲେ ସେ ଦିନକୁ ପ୍ରାୟ ୪୪୯ କୋଟି ଆୟ କରୁଛନ୍ତି । ଦୈନିକ ଆୟ ତାଲିକାରେ ଗୌତମ ଅଦାନୀ ବିଶ୍ୱର ନବମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଷ୍ଟିଭ ବାଲ୍ମର, ଳାରି ପେଜ୍ ଏବଂ ବିଲ ଗେଟ୍ସଙ୍କ ଠାରୁ ମଧ୍ୟ ଆଗରେ ରହିଛନ୍ତି ଅଦାନୀ ।
ଅଦାନୀଙ୍କ ଆୟ ବୃଦ୍ଧି ପାଇଁ ୩୦.୪ ବିଲିୟନ ଡଲାରରେ ପହଞ୍ଚିଛି । ବିଶ୍ୱର ଧନୀକ ବ୍ୟକ୍ତିଙ୍କ ତାଲିକାରେ ଅଦାନୀ ୪୦ ତମ ସ୍ଥାନରେ ପହଞ୍ଚିଛି । ମୁକେଶ ଅମ୍ବାନୀ ବଶ୍ୱ ଧନୀକ ତାଲିକାରେ ୧୦ ତମ ସ୍ଥାନରେ ରହିିଥିବା ବେଳେ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୭୫ ବିଲିୟନ ଡଲାରରେ ପହଞ୍ଚିଛି ।
ଟେସଲାର ମାଲିକ ଏଲନ ମସ୍କଙ୍କ ସମ୍ପତ୍ତିର ପରିମାଣ ୯୨ ବିଲିୟନ ଡଲାରରେ ପହଞ୍ଚିଛି । ଆମାଜନର ଜେଫ ବେଜୋସଙ୍କ ସମ୍ପତ୍ତିରେ ୬୮ ବିଲିୟନ ଡଲାରର ଅଭିବୃଦ୍ଧି ଘଟିଛି । ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ନୋଙ୍ଗଫୁ ସ୍ପ୍ରିଙ୍ଗର ଝୋଙ୍ଗ ସାନ ସାନ । ଝୋଙ୍ଗଙ୍କ ସମ୍ପତ୍ତିରେ ୫୭ ବିଲିୟନ ଡଲାରର ଅଭିବୃଦ୍ଧି ଘଟିଛି ।
୨୦୨୦ରେ କରୋନା ଭାଇରସ କାରଣରୁ ଅର୍ଥବ୍ୟବସ୍ଥା ତଳୁଆ ରହିଥିବା ବେଳେ ବିପରୀତ ଟ୍ରେଣ୍ଡରେ ଅଦାନୀଙ୍କ ବିଭିନ୍ନ କମ୍ପାନୀର ଅଂଶଧନ ମୂଲ୍ୟ ଉପରେ ରହିଥିଲା । ଅଦାନୀ ଗ୍ରୀନ ଏନର୍ଜିର ଅଂଶଧନ ମୂଲ୍ୟରେ ସର୍ବାଧିକ ୫୫୧ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା । ସେହିପରି ଅଦାନୀ ଗ୍ୟାସ ଏବଂ ଅଦାନୀ ଏଣ୍ଟରପ୍ରାଇଜେସର ଅଂଶଧନ ମୂଲ୍ୟରେ ଯଥାକ୍ରମେ ୧୦୩ ଏବଂ ୮୫ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଅଦାନୀ ପୋର୍ଟସର ଅଂଶଧନ ମୂଲ୍ୟ ୩୮ ପ୍ରତିଶତ ଉପରକୁ ଉଠିଥିବା ବେଳେ ଅଦାନୀ ପାୱାରର ଅଂଶଧନ ମୂଲ୍ୟ ୩୮ ପ୍ରତିଶତ ତଳୁଆ ରହିଛି । ଉଲ୍ଲେଖଯୋଗ୍ୟ ଯେ, ୧୯୮୮ ମସିହାରେ କମୋଡିଟି ଟ୍ରେଡର ଭାବରେ କ୍ୟାରିୟର ଆରମ୍ଭ କରିଥିବା ଅଦାନୀ ବର୍ତ୍ତମାନ ଏକାଧିକ ବ୍ୟବସାୟ ସହିତ ସମ୍ପୃକ୍ତ ।