ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍ : ୧୧୨୦୦ କୋଟିର ଅତିରିକ୍ତ ବଜେଟ୍

ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍ : ୧୧୨୦୦ କୋଟିର ଅତିରିକ୍ତ ବଜେଟ୍

ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ବଜେଟ୍ : ୧୧୨୦୦ କୋଟିର ଅତିରିକ୍ତ ବଜେଟ୍
ଭୁବନେଶ୍ବର : ବିଧାନସଭାରେ ଉପସ୍ଥାପିତ ହେଲା ରାଜ୍ୟ ଅତିରିକ୍ତ ବଜେଟ୍ ୨୦୨୦-୨୦୨୧। ବିରୋଧୀଙ୍କ ହୋ ହାଲ୍ଲା ଭିତରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ୨୦୨୦-୨୦୨୧ ପାଇଁ ମୋଟ ୧୧ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିଛନ୍ତି। ତେବେ ବଜେଟ୍ ଉପସ୍ଥାପନା ପରେ ଗୃହ ଆସନ୍ତାକାଲି ପର୍ୟ୍ୟନ୍ତ ମୁଲତବି ରହିବ। ଅତିରିକ୍ତ ବଜେଟ୍‌ରେ ସ୍ବାସ୍ଥ୍ୟ, ପଞ୍ଚାୟତିରାଜ ବିଭାଗକୁ ଗୁରୁତ୍ବ ଦିଆଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧୭୬୮.୭୭ କୋଟିର ବ୍ୟୟବରାଦ ରହିଥିବାବେଳେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକକୁ ୨୦୪୬.୧୧କୋଟି ଟଙ୍କାର ବ୍ୟୟବରାଦ ରହିଛି । ସେହିପରି ଅର୍ଥ ବିଭାଗକୁ ସର୍ବାଧିକ ୨୩୬୩.୦୪ କୋଟିର ବ୍ୟୟ ବରାଦ ରହିଛି । ବିପର୍ୟ୍ୟୟ ପରିଚାଳନା ପାଇଁ ୧୪୮୪.୨୨ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ଖାଦ୍ୟ ଯୋଗାଣକୁ ୧୦୭୮. ୩୦ କୋଟିର ବ୍ୟୟବରାଦ ରହିଛି । ଚଳିତ ଅତିରିକ୍ତ ବଜେଟ୍‌ରେ ଶକ୍ତିବିଭାଗକୁ ୯୫୬.୮୦ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୪୫୬.୫୦ କୋଟି ଟଙ୍କା ରହିଛି ।