୫ ବିଲିୟନ୍ ଡଲାରରେ ଟିକଟକକୁ ଅଧିଗ୍ରହଣ କରିବ ରିଲାଏନ୍ସ

୫ ବିଲିୟନ୍ ଡଲାରରେ ଟିକଟକକୁ ଅଧିଗ୍ରହଣ କରିବ ରିଲାଏନ୍ସ

୫ ବିଲିୟନ୍ ଡଲାରରେ ଟିକଟକକୁ ଅଧିଗ୍ରହଣ କରିବ ରିଲାଏନ୍ସ
ବେଙ୍ଗାଲୁରୁ : ଭାରତର ସବୁଠାରୁ ବୃହତ କମ୍ପାନୀ ରିଲାଏନ୍ସ ଆଗାମୀ ଦିନରେ ଟିକଟକକୁ ଅଧିଗ୍ରହଣ କରିବାକୁ ଯାଉଛି । ପ୍ରାୟ ୫ ବିଲିୟନ୍ ଡଲାରରେ ରିଲାଏନ୍ସ ଟିକଟକକୁ ଅଧିଗ୍ରହଣ କରିବା ନେଇ ଖବର ପ୍ରକାଶ ପାଇଛି । ଉଭୟ କମ୍ପାନୀ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ମଧ୍ୟ ବିଗତ ଏକ ମାସ ଧରି ଉଭୟ କମ୍ପାନୀ ମଧ୍ୟରେ ଆଲୋଚନା ଜାରି ରହିଛି । ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଏବଂ ଟିକଟକର ମୂଳ କମ୍ପାନୀ ବାଇଟ୍ ଡାନ୍ସ ମଧ୍ୟରେ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଖବର ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ଟିକଟକର ପ୍ରାୟ ୬୧୧ ମିଲିୟନ ବ୍ୟବହାରକାରୀ ଭାରତରେ ରହିଥିଲେ ମଧ୍ୟ ଏହାର ୯୦ ପ୍ରତିଶତ ଆୟ ଆମେରିକା, ଚୀନ୍ ଏବଂ ୟୁକେରୁ ଆସିଥାଏ । ତଥ୍ୟ ଚୋରି କାରଣରୁ ଭାରତ ସରକାର ଟିକଟକକୁ ବ୍ୟାନ କରିଥିବା ବେଳେ ଆମେରିକାରେ ମଧ୍ୟ ବ୍ୟାନ କରାଯାଇଛି । ସେପ୍ଟେମ୍ବର ୧୫ ସୁଦ୍ଧା ମାଇକ୍ରୋସଫ୍ଟ ଟିକଟକକୁ କିଣିବାକୁ ଯାଉଥିବା ବେଳେ ଜିଓ ମଧ୍ୟ ଭାରତରେ ଟିକଟକର ବ୍ୟବସାୟକୁ ଅଧିଗ୍ରହଣ କରିବାକୁ ଯାଉଛି ।