କରୋନା ଭାଇରସ୍ ପ୍ରଭାବରେ ଗଭୀର ମାନ୍ଦାବସ୍ଥାରେ ୟୁକେ
କରୋନା ଭାଇରସ୍ ପ୍ରଭାବରେ ଗଭୀର ମାନ୍ଦାବସ୍ଥାରେ ୟୁକେ
admin
Aug 13, 2020 - 11:03
Updated: Aug 13, 2020 - 11:03
ଲଣ୍ଡନ : କରୋନା ଭାଇରସ୍ କାରଣରୁ ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ୟୁକେ ଏଥିରୁ ବାଦ ପଡିନାହିଁ । ୟୁକେରେ ଏପ୍ରିଲରୁ ଜୁନ୍ ମାସ ମଧ୍ୟରେ ମାନ୍ଦାବସ୍ଥା ୨୦.୪ ପ୍ରତିଶତ ବୃଦ୍ଧି ପାଇଛି । ରେକର୍ଡ ଅନୁଯାୟୀ ୟୁକେ ଇତିହାସରେ ଦେଖା ଦେଇଥିବା ଏହା ସର୍ବବୃହତ ମାନ୍ଦାବସ୍ଥା । ୨୦୦୮ ମସିହାର ମାନ୍ଦାବସ୍ଥା ଠାରୁ ଏହାର ପ୍ରଭାବ ଅଧିକ ରହିବ ବୋଲି କୁହାଯାଉଛି । ୟୁକେର ଚାନସେଲର ଋଷି ସୋନାକ୍ ଏ ସମ୍ପର୍କରେ ସୂଚନା ଦେବା ସହିତ ଅର୍ଥନୈତିକ ବ୍ୟବସ୍ଥା ଧୀରେ ଧୀରେ ଉପରକୁ ଉଠୁଛି ବୋଲି କହିଛନ୍ତି । ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ମାନ୍ଦାବସ୍ଥା ସର୍ବାଧିକ ରହିଥିବା ବେଳେ ଏଥିରେ ୨.୨ ପ୍ରତିଶତର ହ୍ରାସ ଘଟିଛି । ତେବେ ଜୁନ୍ ମାସରେ ୟୁକେର ଅର୍ଥନୀତିରେ ୮.୭ ପ୍ରତିଶତର ଅଭିବୃଦ୍ଧି ଦେଖା ଦେଇଥିଲା । ୟୁକେରେ ଲକଡାଉନ୍ ପ୍ରକ୍ରିୟାକୁ ହ୍ରାସ କରାଯାଇଥିଲେ ମଧ୍ୟ ଅର୍ଥନୀତିର ଉତ୍ଥାନରେ ଏହ ସହାୟକ ହେଉନାହିଁ ।