ଜୁନରେ ପୁଣି କମିବ ରେପୋ

ଜୁନରେ ପୁଣି କମିବ ରେପୋ

ଜୁନରେ ପୁଣି କମିବ ରେପୋ
ନୂଆଦିଲ୍ଲୀ: ଧିମା ବାଣିଜ୍ୟିକ କାରବାର ଏବଂ ଶିଳ୍ପ ଉôପାଦନ ହ୍ରାସ ପରିପ୍ରେକ୍ଷୀରେ ଭରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ଦ୍ୱିମାସିକ ମୁଦ୍ରାନୀତି ବୈଠକ ଜୁନରେ ହେବାକୁ ଯାଉଛି ।ଆରବିଆଇର ମୁଦ୍ରାନୀତି କମିଟି ( ଏମପିସି) ଏଥର ପ୍ରମୁଖ ସୁଧ ହାର ବା ରୋପୋ ରେଟ ୨୫ ବେସିସ ପଏଂଟ ହ୍ରାସ କରିପାରେ ବୋଲି ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ, ଏପ୍ରିଲ ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ୨୫ ବେସିସ ପଏଂଟ ଖସିଥିଲା । ଫଳରେ ଏହା ୬.୨୫%ରୁ ୬% ହ୍ରାସ ପାଇଥିଲା । ଏମପିସିର ୬ ଜଣିଆ କମିଟି ୪;୨ ବହୁମତରେ ଏହି ନିଷ୍ପତି ନେଇଥିଲା । ଏହାକୁ ମିଶାଇ ଆରବିଆଇ ୨୦୧୯ରେ ଲଗାତର ଦୁଇଥର ରୋପୋ କମାଇଛି ।