ଷ୍ଟୁଆର୍ଟଙ୍କୁ ଦଣ୍ଡ ଦେଲେ ପିତା କି୍ରସ ବ୍ରଡ

ଷ୍ଟୁଆର୍ଟଙ୍କୁ ଦଣ୍ଡ ଦେଲେ ପିତା କି୍ରସ ବ୍ରଡ

ଷ୍ଟୁଆର୍ଟଙ୍କୁ ଦଣ୍ଡ ଦେଲେ ପିତା କି୍ରସ ବ୍ରଡ
ଲଣ୍ଡନ: ପ୍ରଥମ ଥର ପାଇଁ ଆନ୍ତର୍ଜାତିକ କି୍ରକେଟର ପୁଅଙ୍କୁ ଅର୍ଥଦଣ୍ଡ ଦେଇଛନ୍ତି ପିତା । ଏହା ଘଟିଛି ଇଂଲଣ୍ଡର ଅଭିଜ୍ଞ ଫାଷ୍ଟବୋଲର ଷ୍ଟୁଆର୍ଟ ବ୍ରଡଙ୍କ କ୍ଷେତ୍ରରେ । ଗତ ସପ୍ତାହରେ ପାକିସ୍ତାନ ବିପକ୍ଷରେ ଘରୋଇ ଇଂଲଣ୍ଡ ଦଳର ପ୍ରଥମ ଟେଷ୍ଟମ୍ୟାଚରେ ଅଶ୍ଳୀଳ ଭାଷା ପ୍ରୟୋଗ କରିବା ଯୋଗୁଁ ଷ୍ଟୁଆର୍ଟ ବ୍ରଡଙ୍କର ୧୫ ପ୍ରତିଶତ ମ୍ୟାଚ ଫି କାଟି ଦେଇଛନ୍ତି ମ୍ୟାଚ ରେଫେରି ତଥା ଷ୍ଟୁଆର୍ଟଙ୍କ ପିତା କି୍ରସ ବ୍ରଡ । ଇଂଲଣ୍ଡ କି୍ରକେଟ ଦଳର ପୂର୍ବତନ ବାମହାତି ଓପନିଂ ବ୍ୟାଟସମ୍ୟାନ କି୍ରସ ବ୍ରଡ ଆଇସିସି ପ୍ୟାନେଲରେ ଜଣେ ଅଭିଜ୍ଞ ମ୍ୟାଚ ରେଫେରୀ । ଉକ୍ତ ଘଟଣା ପ୍ରଥମ ଟେଷ୍ଟ ମ୍ୟାଚର ୪ ର୍ଥ ଦିନ ପ୍ରାରମ୍ଭରେ ଘଟିଥିଲା । ପାକିସ୍ତାନ ୨ୟ ଇଂନିସ ର ୪୬ତମ ଓଭରରେ ୟାସିର ଶାହାଙ୍କୁ ୱିକେଟ ପଛରେ କ୍ୟାଚ କରାଇଥିଲେ ଷ୍ଟୁଆର୍ଡ ବ୍ରଡ । ପରେ ୟାସିରଙ୍କ ଉଦେ୍ଧଶ୍ୟରେ ବ୍ରଡ କିଛି ଅପଶବ୍ଦ ପ୍ରୟୋଗ କରିଥିଲେ । ଏହା ବିଷୟରେ ଷ୍ଟୁଆର୍ଟଙ୍କ ପିତା ତଥା ଉକ୍ତ ମ୍ୟାଚର ମ୍ୟାଚ ରେଫରୀ ଥିବା କି୍ରସ ବ୍ରଡଙ୍କୁ ପଡ଼ିଆ ଅମ୍ପାୟାର ଜଣାଇଥିଲେ । ଷ୍ଟୁଆର୍ଟ ବ୍ରଡ ଲେଭଲ-୧ ଅପରାଧ କରିଛନ୍ତି ପିତା କ୍ରିସ ଜଣାଇଥିଲେ । ତାଙ୍କର ୧୫ ପ୍ରତିଶତ ମ୍ୟାଚ ପରି କାଟିବା ସହ ଗୋଟିଏ ଡିମେରିଟ ପଏଣ୍ଟ ମଧ୍ୟ ଦେଇଥିଲେ । ଫଳରେ ଗତ ୨୪ ତାରିଖ ମଧ୍ୟରେ ୩ଟି ଡିମେରିଟ ପଏଣ୍ଟ ଷ୍ଟୁଆର୍ଟ ବ୍ରଡ ପାଇଛନ୍ତି । ପ୍ରକୃତରେ ଏକ ଦ୍ୱିପାକ୍ଷିକ କି୍ରକେଟ ସିରିଜରେ ନିରପେକ୍ଷ ମ୍ୟାଚ ରେଫେରି ରହିଥାଆନ୍ତି । ତେବେ କୋଭିଡ-୧୯ କଟକଣା ଓ ସୀମିତ ଯାତାୟାତ ଯୋଗୁଁ ଘରୋଇ ଇଂଲେଣ୍ଡର ମ୍ୟାଚ ରେଫେରି ରଖିବାକୁ ଆଇସିସି ବାଧ୍ୟ ହୋଇଥିଲା ।