ଲେୱାଣ୍ଡୋସ୍କିଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଲେୱାଣ୍ଡୋସ୍କିଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ଲେୱାଣ୍ଡୋସ୍କିଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର
ଜୁରିକ: ବେୟର୍ନ ମୁ୍ୟନିକର ଫରୱାର୍ଡ ରର୍ବଟ ଲେୱାଣ୍ଡୋସ୍କି ଚଳିତ ବର୍ଷ ପାଇଁ ଫିଫାର ଶ୍ରେଷ୍ଠ ଫୁଟବଲ ଖେଳାଳି ପୁରସ୍କାର ପାଇଛନ୍ତି । ମୁ୍ୟନିକରେ ଆୟୋଜିତ ଏକ ଉତ୍ସବରେ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ପୁରସ୍କାର ଦୌଡ଼ରେ ଥିବା ଗତଥରର ବିଜେତା ଲିଓନେଲ ମେସି ଓ କି୍ରଷ୍ଟିଆନେ ରୋନାଲଡଙ୍କୁ ପଛାରେ ପକାଇ ପ୍ରଥମ ଥର ଲାଗି ଲେୱାଣ୍ଡୋସ୍କି ଏହି ପୁରସ୍କାର ଜିତିଛନ୍ତି । ଲେୱାଣ୍ଡୋସ୍କିଙ୍କ ପ୍ରଦର୍ଶନ ବଳରେ ବେୟର୍ନ ଜର୍ମାନ ଲିଗ ଓ କପ ସହ ଚାମ୍ପିୟାନ ଲିଗ ବିଜେତା ହୋଇଥିଲେ । ଏହି ୩ ଟି ପ୍ରତିଯୋଗିତାରେ ସେ ଶ୍ରେଷ୍ଠ ସ୍କୋରରେ ଥିଲେ । ପୋଲାଣ୍ଡକୁ ୨୦୨୦ ଯୋଗ୍ୟତା ଦେଇଥିବା ଏହି ୩୨ ବର୍ଷୀୟ ତାରକା ଅକ୍ଟୋବରରେ ୨୦୧୯-୨୦ ୟୁଫା ପୁରୁଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ମାଞ୍ଚେଷ୍ଟର ସିଟିର ଲୁସି ବ୍ରୋଞ୍ଜ ଶ୍ରେଷ୍ଠ ମହିଳା ଖେଳାଳି ପୁରସ୍କାର ପାଇଛନ୍ତି । ଏଥିସହ ଏହି ପୁରସ୍କାର କରାୟତ୍ତ କରିବାରେ ସେ ପ୍ରଥମ ଇଂଲିସ ମହିଳା ହୋଇଛନ୍ତି ।