ମାନ୍ଦାବସ୍ଥା ସାମ୍ପୁ, କାର ବିକ୍ରି କମିଲା
ମାନ୍ଦାବସ୍ଥା ସାମ୍ପୁ, କାର ବିକ୍ରି କମିଲା
admin
May 16, 2019 - 10:18
Updated: May 16, 2019 - 10:18
ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିର ବିଶେଷତ୍ୱ ହୋଉଛି ଏହାର ଗ୍ରାହକ ସଂଖ୍ୟା । ଗ୍ରାହକମାନେ ଖର୍ଚ୍ଚ ବଢାଇଲେ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢିଥାଏ । ସେହି ମୂଲ୍ୟବାନ ଗ୍ରାହକମାନେ ଖର୍ଚ କମାଇ ଦେଇଛନ୍ତି । ଯେଉଁ ଜିନିଷକୁ ସେମାନେ ବିପୁଳ ମାତ୍ରାରେ କିଣୁଥିଲେ ତାହାକୁ ଜଗିରଖି କିଣୁଛନ୍ତି । ସେଥିପାଇଁ ଅର୍ଥନୀତିର ଗତି ମନ୍ଥର ହୋଇଯାଇଛି । ଗ୍ରାହକମାନେ ପକେଟରୁ ଟଙ୍କା ବାହାର କରୁନଥିବାରୁ ଆଗାମୀ ଦିନରେ ଅର୍ଥନୀତିର ସ୍ଥିତି ଆହୁରୀ ଖରାପ ହେବ ବୋଲି ଅନୁମାନ କରାଯାଉଛି ।
ଦେଶରେ କାର , ସାମ୍ପୁ, ଟୁଥପେଷ୍ଟ ଆଦି ବିକ୍ରୀ ବହୁତ କମିଯାଇଛି । କାର ବିକ୍ରି ବହୁତ କମିଯାଇଛି । କାର ବିକ୍ରି ଆଠ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ଖସିଆସିଛି । ଶେଷ ଥର ପାଇଁ ୨୦୧୧ରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ନଗଦ ଟଙ୍କା ଅଭାବ ତେଲ ଦରରେ ବୃଦ୍ଧି ଓ ଗାଡି ବୀମା ପ୍ରିମିୟମ ପରିମାଣ ବୃଦ୍ଧି କରାଯିବା ପରେ କାର ବିକ୍ରି ପ୍ରଭାବିତ ହୋଇଥିବା କୁହାଯାଉଛି । ଲୋକମାନେ ଜିନିଷପତ୍ର କିଣ୍ୁନଥିବାରୁ କାରାଖାନାରେ ସାମଗ୍ରୀ ଉପôାଦନ କମିଯାଇଛି । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଗତ ମାର୍ଚରେ କାରଖାନା ଉପôାଦନ ଅଭିବୃଦ୍ଧି ବିଯୁକ୍ତାତ୍ମକ ସ୍ତରକୁ ଖସିଛି । ଗ୍ରାମାଂଚଳରେ ଲୋକମାନେ ସାମ୍ପୁ ଓ ଟୁଥପେଷ୍ଟ କିଣିବା କମାଇ ଦେଇଛନ୍ତି । ଏହାର ପ୍ରଭାବରେ ୟୁନିଲିଭର, ଡାବର ଓ ଗୋଦରେଜ କଞ୍ଜୁ୍ୟମର ଭଳି କଂପାନିର କାରବାର ହ୍ରାସ ପାଇଛି । ଚଳିତ ବର୍ଷ ସ୍ୱାଭାବିକ ଠାରୁ କମ ବୃଷ୍ଟିପାତ ହେବ ବୋଲି ଆକଳନ କରାଯାଇଥିବାରୁ ଗ୍ରାମାଂଚଳରେ ଲୋକମାନଙ୍କ ଆର୍ଥିକ ସ୍ଥିତି ଆହୁରି ଖରାପ ହେବ ବୋଲି ଅନୁମାନ କରାଯାଉଛି । ଲୋକମାନଙ୍କ ପାଖରେ ଟଙ୍କା ନରହିଲେ ସେମାନେ ଜିନିଷ କିଣିବାକୁ ଆଗ୍ରହ ଦେଖାଇବେ ନାହିଁ । ଲୋକମାନେ ଏବେ ନୁହେଁ ଚଳିତ ବର୍ଷ ଆରମ୍ଭରୁ ଜଗିରଖି ଖର୍ଚ କରୁଛନ୍ତି ।
ବିମାନରେ ଯାତ୍ରା କରୁଥିବା ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି । ଭାରତକୁ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ବିମାନ ଶିଳ୍ପ କୁହାଯାଉଛି । ଏଠାରେ କିନ୍ତୁ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ହେଉଥିବା ବୃଦ୍ଧି ଗତ ମାର୍ଚ ମାସରେ ଛଅ ବର୍ଷର ନିମ୍ନ ସ୍ତରକୁ ଖସିଯାଇଛି । ମାର୍ଚ ମାତ୍ର ୧୧.୬ ନିୟୁତ ଲୋକ ବିମାନରେ ଯାତ୍ରା କରିଛନ୍ତି ।
ଗାଡି ଓ ନିର୍ମାଣ କ୍ଷେତ୍ରରେ ମାନ୍ଦାବସ୍ଥାର ପ୍ରଭାବ ଇସ୍ପାତ କଂପାନିଗୁଡିକ ଉପରେ ପଡିଛି । ଅଟୋମୋବାଇଲ କ୍ଷେତ୍ରରେ ୧୦-୧୨% ଇସ୍ପାତ ବ୍ୟବହାର ହେଉଥିଲା । ସେହି ହାର ଆହୁରି ତଳକୁ ଖସି ଯାଇଛି । ନିର୍ମାଣ କ୍ଷେତ୍ରରେ ମଧ୍ୟ ଲୁହାର ବ୍ୟବହାର କମିଛି ।