ଭାରତୀୟ ଶିଳ୍ପପତିଙ୍କ ମଧ୍ୟରେ ଅଧିକ ଦାନ କରନ୍ତି ଅଜିମ ପ୍ରେମଜୀ : ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଭାରତୀୟ ଶିଳ୍ପପତିଙ୍କ ମଧ୍ୟରେ ଅଧିକ ଦାନ କରନ୍ତି ଅଜିମ ପ୍ରେମଜୀ : ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
admin
Nov 11, 2020 - 07:25
Updated: Nov 11, 2020 - 07:25
ନୂଆଦିଲ୍ଲୀ : ଭାରତୀୟ ଶିଳ୍ପପତି ଅଜିମ ପ୍ରେମଜୀ ୨୦୨୦ ମସିହାରେ ପ୍ରାୟ ୭୯୦୪ କୋଟି ଟଙ୍କା ଦାନ କରିଛନ୍ତି । ପ୍ରେମଜୀ ଦିନ ପ୍ରତି ହାରାହାରି ୨୨ କୋଟି ଟଙ୍କା ଦାନ କରୁଥିବା ଜଣାପଡିଛି । ୭୫ ବର୍ଷୀୟ ଏହି ଶିଳ୍ପପତି ଜଣକ ୨୦୨୦ରେ ୭୯୦୪ କୋଟି ଟଙ୍କା ଦାନ କରିଥିବା ନେଇ ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । ଭାରତୀୟ ଧନୀକଙ୍କ ମଧ୍ୟରେ ୫ ନମ୍ବର ସ୍ଥାନରେ ରହିଥିବା ପ୍ରେମଜୀ ସମାଜସେବା ପାଇଁ ଅର୍ଥଦାନରେ ପ୍ରଥମ ସ୍ଥାନରେ ରହିଛନ୍ତି । ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।
ଏଡେଲଗିଭ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଆହୁରି ୯ ଜଣ ଶିଳ୍ପପତି ସାମିଲ ଅଛନ୍ତି । ୭୯୫ କୋଟି ଟଙ୍କାର ଦାନ ସହିତ ଶିବ ନାଦାର ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମୁକେଶ ଅମ୍ବାନୀ ୪୫୮ କୋଟିର ଦାନ ସହିତ ତୃତୀୟ ସ୍ଥାନରେ ରହିଥିବା ବେଳେ କୁମାର ମଙ୍ଗଳମ ବିର୍ଲା ୨୭୬ କୋଟି ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି ।
ଅନୀଲ ଅଗ୍ରୱାଲ (୨୧୫ କୋଟି), ଅଜୟ ପିରାମଲ (୧୯୬ କୋଟି), ନନ୍ଦନ ନିଲେକାନୀ (୧୯୬ କୋଟି), ହିନ୍ଦୁଜା ବ୍ରଦର୍ସ (୧୫୯ କୋଟି), ଗୌତମ ଅଦାନୀ (୮୮ କୋଟି) ଏବଂ ରାହୁଲ ବଜାଜ (୭୪ କୋଟି)ର ଦାନ ସହିତ ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ୭ ଜଣ ମହିଳା ଶିଳ୍ପପତି ରହିଛନ୍ତି । ରୋହିଣୀ ନିଲେକାନୀ ସର୍ବାଧିକ ୪୭ କୋଟି ଟଙ୍କାର ଦାନ କରିଛନ୍ତି । ରୋହିଣୀଙ୍କ ବ୍ୟତୀତ ଅନୁ ଆଗା (୩୬ କୋଟି) ଏବଂ କିରଣ ମଜୁମଦାର ଶ (୩୪ କୋଟି)ର ଦାନ ସହିତ ଏହି ତାଲିକାରେ ପ୍ରଥମ ତିନି ସ୍ଥାନରେ ରହିଛନ୍ତି ।