ଷ୍ଟେସନରେ କେବଳ ମାଟି କପରେ ଚା’

ଷ୍ଟେସନରେ କେବଳ ମାଟି କପରେ ଚା’

ଷ୍ଟେସନରେ କେବଳ ମାଟି କପରେ ଚା’
ଜୟପୁର: ଦେଶର ସମସ୍ତ ରେଳ ଷ୍ଟେସନରେ କେବଳ ମାଟି କପରେ ଚା’ବିକି୍ର କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ଏବେ ୪୦୦ଟି ଷ୍ଟେସନରେ ମାଟି କପରେ ଚା ବିକି୍ର ହେଉଛି । ଭବିଷ୍ୟତରେ ସବୁ ଷ୍ଟେସନରେ ଏହି ସୁବିଧା ମିଳିବ । ପ୍ଲାଷ୍ଟିକ କପରେ ଚା’ବିକି୍ର ସମ୍ପୂର୍ଣ୍ଣ ବନ୍ଦ ହେବ । ରାଜସ୍ଥାନର ଅଲୱର ଜିଲ୍ଲାର ଦିଗୱାରା ରେଳଷ୍ଟେସନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଉଦବୋଧନ ଦେଇ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଏହା କହିଛନ୍ତି । ମାଟି କପ ପରିବେଶ ମିତବ୍ୟୟୀ ହୋଇଥିବା ବେଳେ ଏହା ଅନେକ ଲୋକଙ୍କୁ ଜୀବିକା ପ୍ରଦାନ କରିବାର କ୍ଷମତା ରଖିଛି ।