ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହନ, ଡିସେମ୍ବରରୁ ୨୪ ଘଣ୍ଟିଆ ଆରଟିଜିଏସ ସେବା

ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହନ, ଡିସେମ୍ବରରୁ ୨୪ ଘଣ୍ଟିଆ ଆରଟିଜିଏସ ସେବା

ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହନ, ଡିସେମ୍ବରରୁ ୨୪ ଘଣ୍ଟିଆ ଆରଟିଜିଏସ ସେବା
ନୂଆଦିଲ୍ଲୀ: ଚଳିତ ବର୍ଷ ଡିସେମ୍ବର ମାସରୁ ଦେଶରେ ୨୪ ଘଣ୍ଟିଅରା ଆରଟିଜିଏସ ସେବା ଆରମ୍ଭ ହେବ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୪ ଘଣ୍ଟିଆ ଆରଟିଜିଏସ ସେବା ଆରମ୍ଭ ନେଇ ଗତ ଅକ୍ଟୋବରରେ ଘୋଷଣା କରାଯାଇଥିଲା । ତେଣୁ ସେହି ଦୃଷ୍ଟିରୁ ଡିସେମ୍ବର ପହିଲାରୁ ଏହାକୁ କାର୍ଯ୍ୟକାରୀ କରାଯିବ । ଦେଶରେ ଡିଜିଟାଲ ଆର୍ଥିକ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଏଭଳି ନିଷ୍ପତ୍ତି ନେଇଛି । ବିଶେଷ କରି ଯେଉଁମାନେ ଦୈନନ୍ଦିନ ମୋଟା ଅଙ୍କର ଅର୍ଥ ବିଭିନ୍ନ ସ୍ଥାନକୁ ପ୍ରେରଣ କରୁଛନ୍ତି ସେମାନଙ୍କୁ ଏହି ନିଷ୍ପତ୍ତି ସହାୟକ ହେବ । ବର୍ତ୍ତମାନ ବ୍ୟାଙ୍କ ଗୁଡ଼ିକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ସମେତ ଅନ୍ୟ ଛୁଟି ଦିନକୁ ବାଦ ଦେଲେ ଅନ୍ୟ ସବୁ କାର୍ଯ୍ୟ ଦିବସରେ ସକାଳ ୭ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆରଟିଜିଏସ ସେବା ଯୋଗାଇ ଦେଉଛନ୍ତି ।