ଆଜିଠୁ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସୋ

ଆଜିଠୁ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସୋ

ଆଜିଠୁ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସାଉଣ୍ଡ ସୋ
କୋଣାର୍କ: ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକମାନେ ଏଣିକି ଲାଇଟ ଆଣ୍ଡ ସାଉଣ୍ଡ ସୋ’ର ମଜା ନେଇପାରିବେ । କାରୁକାର୍ଯ୍ୟର ପରିପୂର୍ଣ୍ଣ ପଥର ଦେହରେ ରଙ୍ଗିନ ଆଲୁଅର ଛବି ଦେଖିବାକୁ ମିଳିବ । ରାମଚଣ୍ଡୀ ମୁହାଣରେ ଇକୋ ରିଟି୍ରଟର ଦ୍ୱିତୀୟ ସଂସ୍କରଣକୁ ଦୃଷ୍ଟିରେ ରଖି ଏହି ସୋ ଚାଲିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତପôରତା ଦେଖାଦେଇଛି । ଆଜିଠାରୁ ଆରମ୍ଭ ହେଉଛି ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସୋ । କରୋନା କଟକଣା ଯୋଗୁଁ ଗତ ୯ ମାସ ହେଲା ବନ୍ଦ ରହିଥିଲା ଏହି ଲାଇଟ ଆଣ୍ଡ ସୋ । ଏବେ କୋଭିଡ ଗାଇଡ ଲାଇନ ଅନୁଯାୟୀ ସୂର୍ଯ୍ୟମନ୍ଦିର ଲାଇଟ ଆଣ୍ଡ ସୋ ଚାଲିବ ବୋଲି ସୂଚନା ଦେଇଛନ୍ତି ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ । ଲାଇଟ ଆଣ୍ଡ ସୋ ନିମନ୍ତେ ଟିକେଟ ମୂଲ୍ୟ ୫୦ ଟଙ୍କା ରଖାଯାଇଛି । ଦୈନିକ ୨୦୦ ପର୍ଯ୍ୟଟକଙ୍କୁ ଅନୁମତି ମିଳିବ । ସନ୍ଧ୍ୟା ୬ଟା ୩୦ ରୁ ଏହି ସୋ ଆରମ୍ଭ ହୋଇ ୪୦ ମିନିଟ ପର୍ଯ୍ୟନ୍ତ ଚାଲିବ । ଦୁଇଟା ସୋ ପାଇଁ ବ୍ୟବସ୍ଥା ହୋଇଛି । ଏହି ସୋ ମାଧ୍ୟମରେ ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ସାହାଯ୍ୟରେ ମୁଖଶାଳା ଓ ନାଟମନ୍ଦିରର ଚିତ୍ତାକର୍ଷକ କାହାଣୀ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ଶୁଣିବାକୁ ମିଳିବ ।