ସର୍ବନିମ୍ନ ସ୍ତରରେ ସଞ୍ଚୟ ହାର, ୧୫ ବର୍ଷରେ ସବୁଠୁ କମ

ସର୍ବନିମ୍ନ ସ୍ତରରେ ସଞ୍ଚୟ ହାର, ୧୫ ବର୍ଷରେ ସବୁଠୁ କମ

ସର୍ବନିମ୍ନ ସ୍ତରରେ ସଞ୍ଚୟ ହାର, ୧୫ ବର୍ଷରେ ସବୁଠୁ କମ
ମୁମ୍ବାଇ : ଭାରତୀୟ ଅର୍ଥନୀତି ଲାଗି ଅଲଗା ପ୍ରକାର ସମସ୍ୟା ଦେଖାଦେଇଛି । ସଞ୍ଚୟ କରିବାରେ ଅଭ୍ୟସ୍ତ ଭାରତୀୟଙ୍କ ସଞ୍ଚୟ ରାଶି କମିବାରେ ଲାଗିଛି । ଦେଶର ସଞ୍ଚୟ ହାର ବିଗତ ୧୫ ବର୍ଷ ଭିତରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଘରେ ଲୋକମାନେ କରୁଥିବା ସଞ୍ଚୟ ମଧ୍ୟ କମ ହେବାରେ ଲାଗିଛି । ଲୋକମାନେ ସେହି ଟଙ୍କାକୁ ଡ୍ୟୁରେବଲ ସାମଗ୍ରୀ କିଣିବା ଏବଂ ଯାତାୟାତରେ ବ୍ୟବହାର କରୁଛନ୍ତି । ଦେଶର ମୋଟ ସଞ୍ଚୟ ପ୍ରତି ଲୋକମାନଙ୍କ ଘରେ ଥିବା ସଞ୍ଚୟ ରାଶିର ଅବଦାନ ପ୍ରାୟ ୬୦ ପ୍ରତିଶତ । ଅର୍ଥାତ ଅଧାରୁ ଅଧିକ ସଞ୍ଚୟ ରାଶି ଲୋକମାନେ ଘରେ ରଖିଛନ୍ତି । ଏ ଦୃଷ୍ଟିରୁ ବ୍ରାଜିଲ ଭଳି ଦେଶ ତୁଳନାରେ ଭାରତ ଭଲ ସ୍ଥିତିରେ ଅଛି । କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସଓ) ତରଫରୁ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଭାରତର ମୋଟ ସଞ୍ଚୟ ହାର ୨୦୧୮-୧୯ ଆର୍ଥିକ ବର୍ଷରେ ୩୦.୧ ପ୍ରତିଶତକୁ ହ୍ରାସ ପାଇଛି । ୨୦୧୨ରେ ତାହା ୩୪.୬ ପ୍ରତିଶତ ଥିଲା । ଶେଷ ଥର ଲାଗି ୨୦୦୩-୦୪ରେ ଦେଶର ସଞ୍ଚୟ ହାର ୨୩% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା । ଏବେବି ବ୍ରିକ୍ସ ରାଷ୍ଟ୍ର ସମୂହଗୁଡି଼କ ମଧ୍ୟରେ ଭାରତର ସଞ୍ଚୟ ହାର ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି । ଜିଡିପିକୁ ଭାରତର ସଞ୍ଚୟ ହାର ୧୮% ଥିବା ବେଳେ ବ୍ରାଜିଲରେ ତାହା ୧୬%, ମେକ୍ସିକୋରେ ୨୩%, ଫିଲିପାଇନ୍ସରେ ୧୪.୨% ରହିଛି । ଚୀନର ସଞ୍ଚୟ ହାର ୪୬% ଭଳି ଉଚ୍ଚ ସ୍ତରରେ ରହିଛି । ଏ କ୍ଷେତ୍ରରେ ଚୀନ ଠାରୁ ଭାରତ ବହୁ ପଛରେ ରହିଛି । ପାଞ୍ଚ ଲକ୍ଷ କୋଟି ଡଲାରର ଅର୍ଥନୀତି ହେବାକୁ ହେଲେ ଭାରତକୁ ଏଥିରେ ଉନ୍ନତି ଆଣିବାକୁ ପଡ଼ିବ ।