"ନିଦ ହଜାଇଲାଣି ଜିନ୍ନତ୍,ଆଗକୁ ଆଗକୁ ମାଡିଚାଲିଛି,ଫେରିବାର ନାଁ' ନେଉନି"

"ନିଦ ହଜାଇଲାଣି ଜିନ୍ନତ୍,ଆଗକୁ ଆଗକୁ ମାଡିଚାଲିଛି,ଫେରିବାର ନାଁ' ନେଉନି"

ବନବିଭାଗର ନିଦ ହଜାଇଲାଣି ମହାରାଷ୍ଟ୍ରରୁ ଶିମିଳିପାଳ ଅଣାଯାଇଥିବା ବାଘୁଣୀ ଜିନ୍ନତ୍। ଆଗକୁ ଆଗକୁ ମାଡିଚାଲିଥିବା ବେଳେ ଫେରିବାର ନାଁ' ନେଉନି। ଜୀନ୍ନତ୍ ଏବେ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ପୁରୁଲିଆ ଜିଲ୍ଲା ବାନ୍ଦଓ୍ବାନ ରେ ପହଞ୍ଚିଯାଇଛି। ଚଳିତ ମାସ ୮ ତାରିଖ ରାତିରେ ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡ ର ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ୧୨ ଦିନ ବିଚରଣ କରିବା ପରେ ଗତ ୧୯ ତାରିଖ ରାତିରେ ଝାଡ଼ଖଣ୍ଡ ସୀମା ଡେଇଁ ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଅଞ୍ଚଳରେ ପଶିଥିଲା। ଗତକାଲି ରବିବାର ଏହାକୁ ପ୍ରଥମେ ପଶ୍ଚିମ ମେଦିନାପୁର ଓ ପରେ ପୁରୁଲିଆ ଜିଲ୍ଲାର ବାନ୍ଦଓ୍ବାନ ରେ ଠାବ କରାଯାଇଛି । ବିସ୍ତୀର୍ଣ୍ଣ ଜଙ୍ଗଲ ଦେଇ ଗୋଟିଏ ପରେ ଗୋଟିଏ ଜିଲ୍ଲା ଅତିକ୍ରମ କରୁଛି ଜୀନତ୍ । ଏବେ ଓଡ଼ିଶା ଠାରୁ ପ୍ରାୟ ୧୩୦କିମି ଦୂରରେ ଏହାର ଅବସ୍ଥିତି ରହିଛି ଏବଂ ବାଘୁଣୀଟି ଦିନକୁ ୨୫ରୁ ୩୦ କି.ମି ବାଟ ଅତିକ୍ରମ କରୁଛି। ଫଳରେ ଯେ କୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ ରହିଛି। ତେଣେ ଜୀନ୍ନତ୍‌ କୁ ଯେମିତିବି ହେଉ ଯଥା ଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇବା ଛଡା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପାଖରେ ଏବେ ଅନ୍ୟ କିଛି ବିକଳ୍ପ ନାହିଁ। ଓଡ଼ିଶା ଓ ପଶ୍ଚିମବଙ୍ଗର ବନବିଭାଗ ସହଯୋଗ ରେ ଏହାକୁ ଟ୍ରଙ୍କୁଲାଇଜ୍ କରି ସୁସ୍ଥ ଭାବେ ଶିମିଳିପାଳକୁ ଫେରାଇଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ନେଇ ଗତକାଲି ସୂଚନା ଦେଇଥିଲେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଡା. ପ୍ରକାଶ ଚାନ୍ଦ ଗୋଗୀନେନି। ସୂଚନା ଅନୁଯାୟୀ ; ଏବେ ୧୩୦ ଜଣ କର୍ମଚାରୀ ବାଘୁଣୀ ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ପାଇଁ
ନିୟୋଜିତ ହୋଇଛନ୍ତି। ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ମଧ୍ୟ ଜୀନ୍ନତ କୁ ଧରିବା ପାଇଁ ଉଦ୍ୟମ କରୁଥିବା ସୂଚନା ରହିଛି। ବାଘୁଣୀଟି ଏବେ ଭୋର ସମୟରେ ଆଗକୁ ବଢୁଥିବା ବେଳେ ମଧ୍ୟାହ୍ନରେ ବିଶ୍ରମ କରୁଛି। ପୁଣି ସନ୍ଧ୍ୟାରେ କିଛି ସମୟ ଜଙ୍ଗଲରେ ଗତି କରିବା ପରେ ରାତିରେ ବିଶ୍ରାମ କରୁଛି ବୋଲି ଜିପିଏସ୍ ଲୋକେସନରୁ ଜଣାପଡ଼ିଛି। ଏପଟେ ଜୀନ୍ନତ୍  ଭୟରେ ପଶ୍ଚିମବଙ୍ଗର ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଉଛି। ତେବେ ଦୁଇ ବାଘୁଣୀ ସମ୍ପୂର୍ଣ ଭିନ୍ନ ଏକ ପରିବେଶ ଓ ପରିସ୍ଥିତି ରୁ ଆସିଥିବାରୁ ସେମାନେ ଶିମିଳିପାଳ ସହିତ ନିଜକୁ ଖାପ ଖୁଆଇ ନପାରି ସ୍ଥାନ ପରିବର୍ତ୍ତନ କରୁଥିବା କହିବା ସହ ସେମାନଙ୍କୁ ଆଣି ଆହୁରି ଅଧିକ ଦିନ ଏନକ୍ଲୋଜର ରେ ରଖି ଶିମିଳିପାଳ ର ପରିବେଶ ସହିତ ଭଲ ଭାବରେ ପରିଚିତ କରାଇ ଶିମିଳିପାଳ ର ଖୋଲା ମିଦାନ ରେ ଛାଡିଲେ ହୁଏତ ସେମାନେ ଶିମିଳିପାଳ କୁ ନିଜ ସ୍ଥାୟୀ ବାସସ୍ଥାନ ଭାବରେ ଗ୍ରହଣ କରି ପାରନ୍ତି ଏବଂ ସେମାନେ ପୂର୍ବରୁ କେବେ ହାତୀ ଦେଖି ନଥିବାରୁ ଶିମିଳିପାଳ ଜଙ୍ଗଲରେ ହାତୀ ଵଘୁଣୀଙ୍କ ପାଇଁ ଆଉ ଏକ ସମସ୍ୟା ବୋଲି କହିଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୋମିତ୍ର ଆଚାର୍ଯ୍ୟ।