ବିଜେଡିର ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡିର ୯ଟି ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା
ଭୁବନେଶ୍ୱର: ବିଜେଡି ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ପାଇଁ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ପୁଣି ଥରେ ଦଳ ପିପିଲିରୁ ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଛି। ଦଳ ମୋଟ୍ ୧୩୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ନବୀନ ନିବାସରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହା ପୂର୍ବରୁ ଦଳ ମାର୍ଚ୍ଚ ୨୯ରେ ୧୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ମାର୍ଚ୍ଚ ୨୭ରେ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ଏହି ପରି ଦଳ ମୋଟ୍ ୧୩୬ଟି ବିଧାନସଭାରେ ପ୍ରାର୍ଥୀ ଦେଇ ସାରିଛି। ନିମାପଡା- ସମୀର ଦାସ କାକଟପୁର-ସୁରେନ୍ଦ୍ର ସେଠୀ ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି ପିପିଲି- ପ୍ରଦୀପ ମହାରଥୀ ଆନନ୍ଦପୁର- ଭାଗିରଥୀ ସେଠୀ ନୀଲଗିରି- ସନ୍ତୋଷ ଖଟୁଆ ବାଲିକୁଦା ଏରସମା-ରଘୁନନ୍ଦନ ଦାସ ଧାମନଗର-ରାଜେନ୍ଦ୍ର ଦାସ ନିଆଳି-ପ୍ରମୋଦ ମଲ୍ଲିକ