ସ୍ତ୍ରୀକୁ ମାରି ଶେଷରେ ନିଜ ଗଳା କାଟିଲା ସ୍ବାମୀ

ସ୍ତ୍ରୀକୁ ମାରି ଶେଷରେ ନିଜ ଗଳା କାଟିଲା ସ୍ବାମୀ

ସ୍ୱାମୀ ନେଲା ସ୍ତ୍ରୀର ଜୀବନ । ଛୁରୀରେ କଟିଲା ତଣ୍ଟି । କଟକରେ ଘଟିଲା ବିଭତ୍ସ ହତ୍ୟାକାଣ୍ଡ । ପ୍ରେମ ବିବାହ କରି ଶେଷ ରେ ସ୍ତ୍ରୀ ର ଜୀବନ ନେଲା ସ୍ୱାମୀ । କ୍ରୋଧ ଏପରି ଥିଲା ଯେ ନିଜ ବେକ କୁ ମଧ୍ୟ ଛୁରୀ ରେ କାଟିଲା ଦୁର୍ଦାନ୍ତ ସ୍ୱାମୀ । ଘଟଣା ଟି ଘଟିଛି କଟକ ଲଲବାଗ ଶୀଧେଶ୍ୱର ସାହି  ଅଂଚଳରେ।  ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି.। ସ୍ତ୍ରୀ କୁ ମାରି ସ୍ୱାମୀ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡିଛି।  ତାଙ୍କୁ ଏସସିବି ମେଡିକାଲ କାଜୁଏଲଟି ରେ ଭର୍ତ୍ତି କରାଯାଇଛି।ସ୍ଥାନୀୟ ପୋଲିସ ଏସସିପି ପ୍ରଦୀପ କୁମାର ରାଉତ ଙ୍କ ମତରେ  ହତ୍ୟାକାଣ୍ଡ ର ଶିକାର ମହିଳା ଙ୍କ ନା ବିଷ୍ଣୁ ପ୍ରିୟା । ସେ ସାଇବର ଥାନାରେ ପୋଲିସ ସିଗନାଲରେ କନଷ୍ଟେବଳ ଭରେ କାମ କରୁଥିଲେ । ତାଙ୍କ ସ୍ୱାମୀ ନିଶ୍ଚିତକୋଇଲି ଅଂଚଳ ର ବିଶ୍ୱଜିତ ମଲ୍ଲିକ , ସେ ବ୍ୟବସାୟ କରନ୍ତି । ଉଭୟଙ୍କ ମଧ୍ୟ ରେ 2019ରେ ପ୍ରେମ ବିବାହ ହୋଇଥିଲା । ବିବାହ ପର ଠୁ ସେମାନଙ୍କ ମଧ୍ୟରେ କଳହ ଲାଗି ରହିଥିଲା । ତାଙ୍କର  ଏକ 5ବର୍ଷ ର ଝିଅ ଅଛି । ଦୁହିଁ ଙ୍କ ମଧ୍ୟ ରେ ପ୍ରତି ମୁହୂର୍ତ୍ତରେ ତିକ୍ତତା ସମ୍ପର୍କ ରହିଥିଲା । ବିଷ୍ଣୁ ପ୍ରିୟା ବିଶ୍ୱଜିତ ସହିତ ରହିବେ ନାହିଁ ବୋଲି ମଧ୍ୟ  କହି ଦେଇଥିଲେ । ତେବେ ବୁଧବାର ବିଶ୍ୱଜିତ ହଠାତ ଆସି ଝଗଡା କରିବା ସହିତ ଏକ ଧାରୁଆ ଛୁରୀ ସାହାଯ୍ୟରେ  ତାଙ୍କ ସ୍ତ୍ରୀ ର ବେକ କାଟି ଦେଇଥିଲେ । ତା ପରେ ନିଜେ ନିଜର ବେକ କାଟି ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ଆରମ୍ଭ କରିଛି ତଦନ୍ତ । ଏହାସହ ସ୍ୱାମୀ ବିଶ୍ଵଜିତ ଙ୍କର ସ୍ବାସ୍ତ୍ୟବସ୍ଥା ଗୁରୁତର ରହିଛି । ଶବ ବ୍ୟବଛେଦ ହେବା ପରେ ଏହି ଘଟଣା ରେ ଅନେକ ତଥ୍ୟ ସମ୍ନା କୁ ଆସି ପାରିବ ବୋଲି କହିଛନ୍ତି ଏସିପି ।