ସମସ୍ୟା ଭୋଗୁଛନ୍ତି ସାଧାରଣ ଲୋକେ
ତହସିଲ କାର୍ଯ୍ୟାଳୟରେ ବାରମ୍ଵାର ଲୋକଙ୍କୁ ରାଜସ୍ବ ଜନିତ କାର୍ଯ୍ୟ ପାଇଁ ବେଶ୍ ହଇରାଣ ହେବାକୁ ପଡୁଥିବା ଦେଖା ଦେଇଛି l ସମ୍ବଲପୂର ତହସିଲଦାର କାର୍ଯ୍ୟାଳୟ ନାଁରେ ଆସିଲା ସାଙ୍ଘାତିକ ଅଭିଯୋଗ । ଅଫିସ୍ ଖୋଲୁଛି ସତ କିନ୍ତୁ କାର୍ଯ୍ୟାଳୟରେ କର୍ମଚାରୀଙ୍କ ମିଳୁନି ଦେଖା l ଏମିତି କିଛି ଅଭିଯୋଗ କରୁଛନ୍ତି ସମ୍ବଲପୁର ବାସୀ l ତହସିଲ ଅଧୀନରେ ହେଉଥିବା କାର୍ଯ୍ୟ ଗୁଡିକ ଅଧିକାରୀ ମାନେ କାର୍ଯ୍ୟାଳୟରେ ରହୁ ନଥିବାରୁ ଲୋକଙ୍କ କିଛି କାର୍ଯ୍ୟ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି l ଏଇ କାରଣରୁ ବିଭିନ୍ନ ଲୋକ ତହସିଲ କାର୍ଯ୍ୟାଳୟରେ ଜାତିଗତ ପ୍ରମାଣ ପତ୍ର, ବାସଗୃହ ଓ ଆୟ ସାଟିଫିକେଟ ଆବେଦନ କରୁଛନ୍ତି । କିନ୍ତୁ ତାଙ୍କୁ ସଠିକ ସମୟରେ ମିଳି ପାରୁନଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସାମ୍ନାକରୁଛନ୍ତି l ରାଜସ୍ୱ ମନ୍ତ୍ରୀ ନିଜେ ତହସିଲଦାର କାର୍ଯ୍ୟାଳୟ ପରିଦର୍ଶନ କରି କାର୍ଯ୍ୟାଳୟକୁ ଆସୁଥିବା ଲୋକଙ୍କୁ ରାଜସ୍ବ ଜନିତ ସେବା ଯେଉଁ ଭଳି ପାଇବାରେ ଅସୁବିଧା ନହେବ ସେନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ କଡାକଡି ନିର୍ଦ୍ଧେଶ ଦେଇଥିଲେ l କିନ୍ତୁ ଏ ଚିତ୍ର ଦେଖିଲେ ଲାଗୁଛି ନିର୍ଦ୍ଦେଶକୁ ସତେଯେମିତି ଖାତିର ନାହିଁ l ଯଦିଓ ଏନେଇ ତହସିଲଦାରଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।