ବ୍ରାଉନ ସୁଗର ଧରିବାକୁ ଆସି ନାକେଦମ୍ ପୁଲିସ

ବ୍ରାଉନ ସୁଗର ଧରିବାକୁ ଆସି ନାକେଦମ୍ ପୁଲିସ

ବ୍ରାଉନସୁଗର ନା ମୁଲତାନୀ ମାଟି। ବ୍ରାଉନସୁଗର ଜବତ କରିବାକୁ ଯାଇଥିବା ଅବକାରୀ ଟିମ୍‌ ପ୍ରବଳ ହଟହଟା ହୋଇଛି । ମିଛ କେସ୍‌ରେ ଫସା ଯାଉଥିବା ଅଭିଯୋଗରେ ପରିବାର ଲୋକେ ଅବକାରୀ ଟିମ୍‌ ଗାଡ଼ି ଚାବି ଅଟକ ରଖିଛନ୍ତି । ଏଥିସହ ରାସ୍ତାରୋକ କରିଛନ୍ତି ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ବଜାରରେ । ଅବକାରୀ ବିଭାଗ ର ଗାଡି ର ଡ୍ରାଇଭର କୁ ଧକ୍କା ମାରିବା ସହ ଗାଡି ର ଚାବି ଛଡାଇ ନେଲେ ଲୋକେ । ଅବକାରୀ ଟିମ୍‌ କିଛି ପାଉଡର ପରି ପଦାର୍ଥ ଜବତ କରିଥିବା ବେଳେ ତାହା ବ୍ରାଉନସୁଗର ବୋଲି କହୁଛି । ମାତ୍ର ପରିବାର ଲୋକେ ତାହା ମାନିବାକୁ ପ୍ରସ୍ତୁତ ନୁହନ୍ତି । ତାହା ମୁଲତାନୀ ମାଟି ବୋଲି ସେମାନେ ଦାବି କରୁଛନ୍ତି । ଏହି ଅଭିଯୋଗରେ ପୁଲିସ୍‌ ଜଣେ ବୃଦ୍ଧାଙ୍କୁ ଗିରଫ କରି ଜଳେଶ୍ୱର ନେଇ ଯାଇଥିବା ବେଳେ ତାତିଛନ୍ତି ଲୋକେ । ସୋମବାର ଚଢ଼ାଉ ପାଇଁ ଆସିଥିବା ଟିମ୍‌ର ଗାଡ଼ି ଚାବି ଛଡ଼ାଇ ରଖିଛନ୍ତି । ଏଥିସହ ରାସ୍ତା ଉପରେ ଧାରଣା ଦେଇଛନ୍ତି। । ବୃଦ୍ଧାଙ୍କୁ ନ ଛାଡ଼ିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି ।

ମାତ୍ର ଆଇଆଇସି କହିଛନ୍ତି, ଜବତ ପଦାର୍ଥ ହେଉଛି ବ୍ରାଉନସୁଗର । ତାହାକୁ ଜବତ କରି ନେଉଥିବା ବେଳେ ପରିବାର ଲୋକେ ଗାଡ଼ି ଚାବି ଛଡ଼ାଇ ନେଇଛନ୍ତି । ଫଳରେ ଆଉ ଏଠାରେ ଅଟକି ରହିଛୁ । ତୁରନ୍ତ ଘଟଣାର ସମାଧାନ ହେବ ।ସୁଣନ୍ତୁ ଏ ନେଇ କଣ କହିଛନ୍ତି ଉଭୟ ପୁଲିସ ଏବଂ ଗିରଫ ହୋଇଥିବା ମହିଳାଙ୍କ ସମ୍ପର୍କୀୟ ।