ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ

ଓଡିଶା ଛୁଇଁଲା ମୌସୁମୀ
ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁଲା । ୭୨ ଘଂଟା ମଧ୍ୟରେ ସାରା ଓଡିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓଡିଶା ଛୁଇଁଲା ବୋଲି ବିଧିବଦ୍ଧ ଭାବେ ଘୋଷଣା କରିଛି ଭାରତୀୟ ପାଣି ପାଗ ବିଭାଗ । ପ୍ରଥମେ ମୌସୁମୀ ଦକ୍ଷିଣ ଓଡିଶାରେ ବେଶି ସକ୍ରିୟ ରହିବ । ପରେ ପରେ ସାରା ରାଜ୍ୟକୁ ବ୍ୟାପିବ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ଏବଂ ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଲାଗି ରହିଛି । ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶାରେ ପହଂଚି ଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବାନୁଯାୟୀ ଏଥର ମୌସୁମୀ ଆଗମନ ବହୁ ବିଳମ୍ବ ହୋଇଛି । ସ୍ୱାଭାବିକ ସମୟ ଜୁନ୍ ୧୦ ଥିବାବେଳେ ଆଜି ଆସି ୨୧ ତାରିଖ ହେଲାଣି । ତେବେ ଆଜି ମୌସୁମୀ ଆସି ଓଡିଶା ଛୁଇଁଛି । ଆଜିଠୁ ରାଜ୍ୟରେ ବର୍ଷା ବଢିବ ।