ଚିଟଫଣ୍ଡ ଦୁର୍ନୀତି : ରମଣ ସିଂହଙ୍କ ପୁଅ ବିରୋଧରେ ମାମଲା ରୁଜୁ

ଚିଟଫଣ୍ଡ ଦୁର୍ନୀତି : ରମଣ ସିଂହଙ୍କ ପୁଅ ବିରୋଧରେ ମାମଲା ରୁଜୁ

ଚିଟଫଣ୍ଡ ଦୁର୍ନୀତି : ରମଣ ସିଂହଙ୍କ ପୁଅ ବିରୋଧରେ ମାମଲା ରୁଜୁ
ଅମ୍ବିକାପୁର : ଛତିଶଗଡ଼ ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ପୁଅ ଅଭିଷେକ ସିଂହଙ୍କ ସମେତ ୨୦ ଜଣଙ୍କ ବିରୋଧରେ ପୁଲିସ ଠକେଇ ମାମଲା ରୁଜୁ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବ ସାଂସଦ ମଧୁସୂଦନ ଯାଦବ ଏବଂ କଂଗ୍ରେସ ନେତା ନରେଶ ଡାକଲିୟା ମଧ୍ୟ ସାମିଲ ଅଛନ୍ତି । ରାଜ୍ୟର ସରଗୁଜା ଜିଲ୍ଲାରେ ହୋଇଥିବା ବଡ଼ ଧରଣର ଚିଟ୍ଫଣ୍ଡ ଠକେଇ ମାମଲାରେ ଜିଲ୍ଲା ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଏଫଆଇଆର୍ ରୁଜୁ ହୋଇଛି । ଅନମୋଲ ଇଣ୍ଡିଆ ନାମକ ଚିଟ୍ଫଣ୍ଡ ସଂସ୍ଥା ଦ୍ୱାରା ଏହି ଠକେଇ ହୋଇଥିବା ଜଣାପଡ଼ିଛି ।