ଏଲପିଜି ଗ୍ୟାସ ଦର ହୁ ହୁ ହୋଇ ବୃଦ୍ଧି : ୭ ବର୍ଷରେ ସିଲିଣ୍ଡର ପିଛା ଦାମ ଦୁଇଗୁଣା ବଢ଼ିଲାଣି

ଏଲପିଜି ଗ୍ୟାସ ଦର ହୁ ହୁ ହୋଇ ବୃଦ୍ଧି : ୭ ବର୍ଷରେ ସିଲିଣ୍ଡର ପିଛା ଦାମ ଦୁଇଗୁଣା ବଢ଼ିଲାଣି

ଏଲପିଜି ଗ୍ୟାସ ଦର ହୁ ହୁ ହୋଇ ବୃଦ୍ଧି : ୭ ବର୍ଷରେ ସିଲିଣ୍ଡର ପିଛା ଦାମ ଦୁଇଗୁଣା ବଢ଼ିଲାଣି
ଭୁବନେଶ୍ୱର: ଏଲପିଜି ଗ୍ୟାସ ଦର ହୁ ହୁ ହୋଇ ବୃଦ୍ଧି ପାଇବା ଯୋଗୁଁ ୭ ବର୍ଷରେ ସିଲିଣ୍ଡର ପିଛା ଦାମ ଦୁଇଗୁଣା ବଢ଼ିଲାଣି । ଲୋକସଭାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଲିଖିତ ଉତ୍ତରରେ ଏହା ପ୍ରକାଶ କରିଛନ୍ତି । ୨୦୧୪ ମାର୍ଚ୍ଚ ୧ରେ ଦିଲ୍ଲୀ ସହରର ଇନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ .୫୦ ଟଙ୍କା ଥିଲା । ୨୦୨୧ ମାର୍ଚ୍ଚ ପହିଲା ସୁଦ୍ଧା ଏଲପିଜି ଗ୍ୟାସ ସିଲିଣ୍ଡପିଛା ଦାମ ୮୧୯ ଟଙ୍କାକୁ ଛୁଇଁଛି । ତେବେ ପରିବହନ ବ୍ୟବସ୍ଥା ଯୋଗୁଁ ଦେଶର ଅନ୍ୟାନ୍ୟ ସହର ଗୁଡ଼ିକରେ ଦାମ ସାମାନ୍ୟ ଭିନ୍ନ ରହିଛି । ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଇନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ଯୋଗୁଁ ଜନସାଧାରଣ ଖର୍ଚ୍ଚାନ୍ତ ହେଉଛନ୍ତି । ମଧ୍ୟବିତ୍ତ ଏବଂ ଗରିବ ଶ୍ରେଣୀର ଲୋକ ଗ୍ୟାସ ଏବଂ ତୈଳ ଦର ବୃଦ୍ଧିକୁ ନେଇ ଚିନ୍ତା ପ୍ରକଟ କଲେଣି । ଜାନୁଆରୀରୁ ଫେବୃୟାରୀ ୨୩ ମଧ୍ୟରେ ଦିନେ ଦୁଇ ଦିନ ବ୍ୟବଧାନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିଲା । ପେଟ୍ରୋଲ ଦରବୃଦ୍ଧି ପାଇବା ଦ୍ୱାରା ଦେଶର ଅନେକ ସ୍ଥାନରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୧୦୦ ଟଙ୍କା ଅତିକ୍ରମ କରିଛି ।