୯ ବର୍ଷ ପୂର୍ବରୁ ବାପା, ଏବେ ମା’କୁ ହତ୍ୟା କଲା କୁଳାଙ୍ଗାର ପୁଅ

୯ ବର୍ଷ ପୂର୍ବରୁ ବାପା, ଏବେ ମା’କୁ ହତ୍ୟା କଲା କୁଳାଙ୍ଗାର ପୁଅ

୯ ବର୍ଷ ପୂର୍ବରୁ ବାପା, ଏବେ ମା’କୁ ହତ୍ୟା କଲା କୁଳାଙ୍ଗାର ପୁଅ
ବଡ଼ବିଲ: ୯ ବର୍ଷ ତଳେ ବାପାକୁ ଇଟାରେ ଛେଚି ଅତି ନୃଶଂସ ଭାବେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏବେ ନିଜ ଜନ୍ମକଲା ମା’କୁ ବି ଛାଡ଼ିଲା ନାହିଁ ନୃଶଂସ ପୁଅ । ଘରୋଇ କଳିରୁ ମା’କୁ ଇଟାରେ ଛେଚି ହତ୍ୟା କରିଛି । ଏଭଳି ବୀଭତ୍ସ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡ଼ବିଲ ୯ ନମ୍ବର ୱାର୍ଡର ଗାଡ଼ାହଟିଂରେ । ମୃତକ ଜଣକ ହେଲେ ସ୍ୱର୍ଗତ ଦୁମ୍ବି ମୁଣ୍ଡାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡା । ପୁଲିସ ଅଭିଯୁକ୍ତ ପୁଅ କିଶୋର ମୁଣ୍ଡାକୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଇଟାକୁ ଜବତ କରିଛି । ଗାଢ଼ାହଟିଂରେ ନିଜର ତିନି ପୁଅ ବୋହୂ ଏବଂ ନାତିନାତୁଣୀଙ୍କ ସହ ରହୁଥିଲେ । ସନ୍ଧ୍ୟା ୭ଟା ବେଳେ କୌଣସି କାରଣରୁ ଜଣେ ନାତୁଣୀଙ୍କୁ ତାଗିଦ କରିଥିଲେ । ମାଡ଼ ମାରିବାକୁ ଉଦ୍ୟମ କରିଥିଲେ । ଏଥିରେ ମଝିଆ ପୁଅ କିଶୋର ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ମା ସୋମବାରୀଙ୍କୁ ମୁଣ୍ଡକୁ ଏକ ଇଟାରେ ଛେଚି ଦେବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଏ ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଲୋକ କିଶୋରକୁ କାବୁ କରି ବଡ଼ବିଲ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲା । ସୋମବାରୀଙ୍କ ବଡ଼ପୁଅ ଚଳୁ ମୁଣ୍ଡାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି ।