ଆଖି ବୁଜିଲେ ଗୁରୁତର ଛାତ୍ରୀ

ଆଖି ବୁଜିଲେ ଗୁରୁତର ଛାତ୍ରୀ

ଆଖି ବୁଜିଲେ ଗୁରୁତର ଛାତ୍ରୀ
କୋରାପୁଟ: ସହପାଠୀଙ୍କ ଦ୍ୱାରା ଆକ୍ରମଣ ହୋଇ ମୃତ୍ୟୁ ସହ ଲଢ଼େଇ କରୁଥିବା କୋରାପୁଟ ସେମିଳିଗୁଡ଼ାର କଲେଜ ଛାତ୍ରୀ ଶେଷରେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ସେମିଳିଗୁଡାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଛାତ୍ରୀ ଜଣଙ୍କ ପଢ଼ୁଥିଲେ । ସେହି କଲେଜର ଜଣେ ଛାତ୍ର ପେଟ୍ରୋଲ ଢ଼ାଳି ପୋଡି ମାରିବା ପାଇଁ ଉଦ୍ୟମ କରିଥିଲେ । ଏକ ତରଫା ପ୍ରେମ ସମ୍ପର୍କକୁ ନେଇ ଏଭଳି ଏକ କାଣ୍ଡ ଘଟାଇଥିଲେ ଛାତ୍ର । ପ୍ରଥମେ ଗୁରୁତର ଛାତ୍ରୀଙ୍କୁ କୋରାପୁଟ ମେଡ଼ିକାଲ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଆଡ଼କୁ ଗତି କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଛାତ୍ରୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।