ଟିକା ନେବା ଯୋଗୁ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ ଘେରିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ

ଟିକା ନେବା ଯୋଗୁ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ ଘେରିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ

ଟିକା ନେବା ଯୋଗୁ ଛାତ୍ର ମୃତ୍ୟୁ ଘଟଣା: ସ୍କୁଲ ଘେରିଲେ ଅଭିଭାବକ ଓ ସ୍ଥାନୀୟ ଲୋକେ
ରାଉାରକେଲା: ରାଉରକେଲା ସେକ୍ଟର-୬ରେ ଥିବା ଏକ ସ୍କୁଲରେ ଟୀକାକରଣ ଯୋଗୁଁ ଛାତ୍ର ମୃତ୍ୟୁ ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ୬ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି । ଏହି ଟିମ୍‌ ଛାତ୍ର ମୃତ୍ୟୁର ତଦନ୍ତ କରିବେ । ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସ୍କୁଲରେ ଟୀକାକରଣ ବନ୍ଦ ରଖିବାକୁ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ସେକ୍ଟର-୬ରେ ଥିବା ମହିମା ଆଶ୍ରମ ସ୍କୁଲରେ ସରକାରଙ୍କ ପକ୍ଷରୁ ଟୀକାକରଣ କରାଯାଇଥିଲା । ଏଥିରେ ୧୦ ବର୍ଷର ଛାତ୍ର ସୁମନଜିତ ପ୍ରଧାନଙ୍କୁ ମଧ୍ୟ ଇଞ୍ଜେକସନ୍‌ ନେଇଥିଲେ । ଘରକୁ ଫେରିବା ପରେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ଭୁଲ କିମ୍ବା ଏକ୍ସପାରୀ ଇଞ୍ଜେକସନ୍‌ ଦିଆଯାଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାକୁ ନେଇ କିଛି ଅଭିଭାବକ ସ୍କୁଲ ନିକଟରେ ହୋହାଲ୍ଲା କରିଛନ୍ତି । ଆଜି ଛାତ୍ରର ଶବବ୍ୟଚ୍ଛେଦ କରାଯିବ । ତେବେ ସିଡିଏମ୍‌ଓ ଛାତ୍ର ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ରିପୋର୍ଟ ନ ଆସିବା ଯାଏଁ ସମସ୍ତ ସ୍କୁଲରେ ଟୀକାକରଣ ବନ୍ଦ ରଖିବାକୁ ସିଡିଏମ୍‌ଓ ନିର୍ଦ୍ଦେଶ ଦେଇଛନ୍ତି ।