ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ ହେଉ

ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ ହେଉ

ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ ହେଉ
ପୁରୀ: କାହାକୁ ଦୁଃଖ ଦେଇ ନୁହେଁ, ସହମତି ଭିତ୍ତିରେ ଉଚ୍ଛେଦ କରାଯିବା ଦରକାର । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ଘଟଣାରେ ଏହା କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଚରଣ ଦାସମହାପାତ୍ର । ସେ କହିଛନ୍ତି ଯେ, ୭୫ ମିଟର ପରିଧି ମଧ୍ୟରେ ବହୁ ସେବାୟତଙ୍କ ବାସଗୃହ ରହିଛି । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହାପ୍ରଭୁଙ୍କ ନୀତିକାନ୍ତି ସହ ସମ୍ପୃକ୍ତ । ଦୂରରେ ଥଇଥାନ କରାଗଲେ ଶ୍ରୀମନ୍ଦିର ନୀତିକାନ୍ତି ପ୍ରଭାବିତ ହେବ । ସେମାନଙ୍କୁ ବିପଦସଙ୍କୁଳ ଘୋଷଣା ନଥିବା ମଠରେ ଥଇଥାନ କରାଯାଉ । ଶ୍ରୀମନ୍ଦିର ଆଖପାଖ ଅଞ୍ଚଳରେ ପ୍ରଶାସନ ଥଇଥାନ ବ୍ୟବସ୍ଥା କରୁ । ତୁରନ୍ତ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କ ଥଇଥାନକୁ ଗୁରୁତ୍ୱ ଦିଆଯାଉ ବୋଲି ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାଚରଣ ଦାସମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଉଚ୍ଛେଦ ନେଇ ନିଖିଳ ଉକ୍ରଳ ମଠାଧିଶ ସେବା ସଂଘ ପକ୍ଷରୁ କୁହାଯାଇଛି ଯେ, ମଠ କେବଳ ବିଜେସ୍ଥଳୀ ବା ଗାଦିସ୍ଥଳୀ ନୁହେଁ, ଏକ ଧାର୍ମିକ ପ୍ରାଣକେନ୍ଦ୍ର । ଗୋଟିଏ ସ୍ଥାନରେ ମହନ୍ତ ଓ ଆଉ ଗୋଟିଏ ସ୍ଥାନରେ ମଠ ରହିପାରିବନି ବୋଲି ନିଖିଳ ଉକ୍ରଳ ମଠାଧିଶ ସେବା ସଂଘ ପକ୍ଷରୁ କୁହାଯାଇଛି ।