ବାହା ହେବା ପାଇଁ କନିଆ ମିଳୁନାହାନ୍ତି : କନିଆ ଖୋଜିଦେବାକୁ ପୁଲିସକୁ ଆବେଦନ

ବାହା ହେବା ପାଇଁ କନିଆ ମିଳୁନାହାନ୍ତି : କନିଆ ଖୋଜିଦେବାକୁ ପୁଲିସକୁ ଆବେଦନ

ବାହା ହେବା ପାଇଁ କନିଆ ମିଳୁନାହାନ୍ତି : କନିଆ ଖୋଜିଦେବାକୁ ପୁଲିସକୁ ଆବେଦନ
ଲକ୍ଷ୍ନୌ: ଉତ୍ତରପ୍ରଦେଶର କାଇରାନା ଜିଲ୍ଲା ଅଧିବାସୀ ଆଜିମ ମନସୁରା ପୁଲିସକୁ ଏକ ଅଜବ ଆବେଦନ କରିଛନ୍ତି । ତାଙ୍କ ଉଚ୍ଚତା ମାତ୍ର ଦୁଇ ଫୁଟ ହୋଇଥିବାରୁ ବାହା ହେବା ପାଇଁ କନିଆ ମିଳୁନାହାନ୍ତି । ତାଙ୍କୁ ୨୬ ବର୍ଷ ହେଲାଣି । ବହୁ ଖୋଜାଖୋଜି ସତ୍ତ୍ୱେ କେହି ତାଙ୍କର ଜୀବନ ସାଥୀ ହେବାକୁ ରାଜି ହେଉ ନାହାନ୍ତି ତେଣୁ ପୁଲିସ ସାମାଜିକ କର୍ତ୍ତବ୍ୟ ହିସାବରେ ଏ ଦାୟିତ୍ୱ ନେଉ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ସାମଲି କୋଟୱାଲି ଥାନା ଅଧିକାରୀଙ୍କ କହିବାନୁସାରେ ଆଜିମ ପାଞ୍ଚ ଭାଇ ଭଉଣୀ ମଧ୍ୟ ସବା ସାନ । ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ଅଧିକ ପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଛୋଟ ଶରୀର ପାଇଁ ଥଟ୍ଟା ପରିହାସ ଯୋଗୁଁ ସ୍କୁଲ ଛାଡ଼ିଛନ୍ତି । ଆଜିକାଲି ଭାଇ ସହିତ ମିଶି ଏକ କସମେଟିକ ଦୋକାନ ଚଳାଇଛନ୍ତି । ଗତ ୫ ବର୍ଷ ହେଲା ନିଜ ପାଇଁ ଝିଅ ଖୋଜୁଛନ୍ତି । ଥାନାଧିକାରୀ ଆଜିମଙ୍କ ଆବେଦନ ଗ୍ରହଣ କରିଛନ୍ତି ଏବଂ କ’ଣ ପଦକ୍ଷେପ ନିଆଯାଇପାରିବ ସେ ବିଷୟରେ ଚିନ୍ତା କରୁଥିବା କହିଛନ୍ତି ।