ମିଶିଯିବେ ୧୦ ସରକାରୀ ବ୍ୟାଙ୍କ

ମିଶିଯିବେ ୧୦ ସରକାରୀ ବ୍ୟାଙ୍କ

ମିଶିଯିବେ ୧୦ ସରକାରୀ ବ୍ୟାଙ୍କ
ନୂଆଦିଲ୍ଲୀ : ଆଜି ପୁଣି ଥରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ମେଗା ବ୍ୟାଙ୍କ ମିଶ୍ରଣ ବିଷୟରେ ଘୋଷଣା କରିଛନ୍ତି । ଏହା ଫଳରେ ଦେଶର ୧୦ଟି ସରକାରୀ ବ୍ୟାଙ୍କ ମଧ୍ୟରେ ମିଶ୍ରଣ ହୋଇ ୪ଟି ବଡ଼ ବ୍ୟାଙ୍କ ସୃଷ୍ଟି ହେବାକୁ ଯାଉଥିବା ବେଳେ ସରକାରୀ ବ୍ୟାଙ୍କ ସଂଖ୍ୟା ୨୭ ରୁ ୧୨କୁ ହ୍ରାସ ପାଇଛି । ସୂଚନା ଅନୁଯାୟୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି) ସହିତ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ (ୟୁବିଆଇ) ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ (ଓବିସି)ର ମିଶ୍ରଣ ହେବ । ଏହି ମିଶ୍ରଣ ଦ୍ୱାରା ଦେଶର ଦ୍ୱିତୀୟ ବୃହତ ବ୍ୟାଙ୍କ ସୃଷ୍ଟି ହେବ । ସେହିପରି ସିଣ୍ଡିକେଟ ବ୍ୟାଙ୍କ ସହ କାନାରା ବ୍ୟାଙ୍କ, ଆହ୍ଲାବାଦ ବ୍ୟାଙ୍କ ସହ ଇଣ୍ଡିଆନ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ହେବ । ଏହି ସବୁ ବ୍ୟାଙ୍କର ମୋଟ କାରବାର, କର୍ମଚାରୀ ଓ ଶାଖା ସବୁ କିଛି ମିଶିଯିବେ । ବ୍ୟାଙ୍କ ମିଶ୍ରଣ ଯୋଗୁ ଗ୍ରାହକମାନେ ପ୍ରଭାବିତ ହେବେ ନାହିଁ । କେବଳ ଆକାଉଣ୍ଟ ନମ୍ବର, ଆଇଏଫଏସସି କୋଡ୍ ଆଦି ବଦଳିଯିବ । ନୂଆ ବ୍ୟାଙ୍କର ଚେକ୍ବୁକ୍ ଓ ଡେବିଟ୍ କାର୍ଡ ମିଳିବ । ଜମା, ସଞ୍ଚୟ ରାଶି ଏବଂ ଲକରରେ ଥିବା ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ତାହା କେବଳ ମିଶ୍ରଣରେ ସୃଷ୍ଟି ହେବାକୁ ଥିବା ନୂଆ ବ୍ୟାଙ୍କ ଅଧୀନକୁ ଚାଲିଯିବ । ସରକାରୀ ବ୍ୟାଙ୍କ ଗୁଡ଼ିକୁ ପରସ୍ପର ସହ ମିଶାଇ ଦେବା...