ଜାମ୍ମୁ କାଶ୍ମୀର ମାମଲାରେ କେଉଁ ଦେଶ ମୁଣ୍ଡ ଖେଳେଇବା ଆବଶ୍ୟକତା ନାହିଁ: ରାହୁଲ

ଜାମ୍ମୁ କାଶ୍ମୀର ମାମଲାରେ କେଉଁ ଦେଶ ମୁଣ୍ଡ ଖେଳେଇବା ଆବଶ୍ୟକତା ନାହିଁ: ରାହୁଲ

ଜାମ୍ମୁ କାଶ୍ମୀର ମାମଲାରେ କେଉଁ ଦେଶ ମୁଣ୍ଡ ଖେଳେଇବା  ଆବଶ୍ୟକତା ନାହିଁ: ରାହୁଲ
ନୂଆଦିଲ୍ଲୀ: କଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କୁ ଟାର୍ଗେଟ କରୁଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନେଲେ ୟୁ-ଟର୍ଣ୍ଣ। ରାହୁଲ ଗାନ୍ଧି କଶ୍ମୀର ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ରାହୁଲ ଟ୍ବିଟ୍‌ ଜରିଆରେ କହିଛନ୍ତି କି, ମୁଁ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଆସିଛି। କିନ୍ତୁ ଏହା ସ୍ପଷ୍ଟ ଯେ, କଶ୍ମୀର ହେଉଛି ଭାରତର ଅଭ୍ୟନ୍ତରୀଣ ମାମଲା ଅଟେ। ଏହି ମାମଲାରେ ପାକିସ୍ତାନ କିମ୍ବା ଅନ୍ୟ କେଉଁ ଦେଶ ମୁଣ୍ଡ ଖେଳେଇବା କୌଣସି ଆବଶ୍ୟକତା ନାହିଁ। ଆଉ ଏକ ଟ୍ବିଟ କରି ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ରହାୁଲ। ସେ ଲେଖିଛନ୍ତି ଯେ, କଶ୍ମୀର ଅଞ୍ଚଳରେ ହିଂସା ହେଉଛି। ଏହି ହିଂସା ଏଥିପାଇଁ ହେଉଛି ଯେ, ପାକିସ୍ତାନ ହିଂସା କରିବାକୁ ଉସକାଉଛି ଏବଂ ହିଂସାକୁ ସମର୍ଥନ କରୁଛି ବୋଲି ରାହୁଲ ତାଙ୍କ ଟ୍ବିଟରେ ଲେଖିଛନ୍ତି। ଏଥିସହିତ ଆତଙ୍କବାଦକର ପ୍ରମୁଖ ସହଯୋଗୀ ପାକିସ୍ତାନ ବୋଲି କହିଛନ୍ତି।