ସଭାପତି ପ୍ରାର୍ଥୀ ଓଡ଼ିଆ ଛାତ୍ର ଜିତେନ୍ଦ୍ର ଦିନେ ହେଲପର ଥିଲେ

ସଭାପତି ପ୍ରାର୍ଥୀ ଓଡ଼ିଆ ଛାତ୍ର ଜିତେନ୍ଦ୍ର ଦିନେ ହେଲପର ଥିଲେ

ସଭାପତି ପ୍ରାର୍ଥୀ ଓଡ଼ିଆ ଛାତ୍ର ଜିତେନ୍ଦ୍ର ଦିନେ ହେଲପର ଥିଲେ
ନୂଆଦିଲ୍ଲୀ : ସେପ୍ଟେମ୍ବର ୬ରେ ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟ (ଜେଏନୟୁ) ଛାତ୍ରସଂଘ ନିର୍ବାଚନ ହେବ । ଏଥର ଛାତ୍ରସଂଘର ସଭାପତି ପଦ ପାଇଁ ୬ଟି ଭିନ୍ନ ଭିନ୍ନ ସଂଗଠନରୁ ୬ ଜଣ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜେଏନୟୁ ଛାତ୍ର ସଂଘର ନିର୍ବାଚନରେ ଏଥର ସଭାପତି ପ୍ରାର୍ଥୀ ରୂପେ ଓଡ଼ିଆ ଛାତ୍ର ଜିତେନ୍ତ୍ର ସୁନା ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଜିତେନ୍ଦ୍ର ସୁନା ବିର୍ସା ଆମ୍ବେଦକର ଫୁଲେ ଛାତ୍ର ଆସୋସିଏସନ (ବାପସା) ରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କର ସାମାଜିକ ଓ ପାରିବାରିକ ପୃଷ୍ଠଭୂମିକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ୨୦୧୩ ରୁ ଛାତ୍ର ରାଜନୀତିରେ ସକି୍ରୟ ଥିବା କଳାହାଣ୍ଡି ଜିଲ୍ଲାର ପୁରକେଲା ଗାଁରେ ଜିତେନ୍ଦ୍ର ସୁନା ପିଲାଦିନରୁ କ୍ଷେତରେ କାମ କରୁଥିଲେ । ତାଙ୍କର ମା’ପନିପରିବା ବିକି୍ର କରୁଥିବା ବେଳେ ବାପା ମଜୁରୀ ଖଟୁଥିଲେ । ପୁରକେଲାରେ ତାଙ୍କର ଯୁକ୍ତ ୨ ପାଠ୍ୟକ୍ରମ ସାରି ସେ ଦିଲ୍ଲୀ ଚାଲିଆସିଥିଲେ । ଏଠାରେ ତାଙ୍କ ଭାଇ ଜେଏନୟୁ ପାଖରେ ଥିବା ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ର ମଜୁରିଆ ରୂପେ କାର୍ଯ୍ୟ କରୁଥିଲେ । ଭାଇଙ୍କ ସହାୟତାରେ ଜିତେନ୍ଦ୍ରଙ୍କୁ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡରେ ହେଲପର କାମ ମିଳିଥିଲା ଏବଂ ପ୍ରାୟ ୨ ବର୍ଷ ସେ ଏହି କାମ କରିଥିଲେ । ୨୦୧୩ ରେ ଜିତେନ୍ଦ୍ର ସୁନା ଜେଏନୟୁରେ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏମଏ (ଇତିହାସ) ରେ ନାମ ଲେଖାଇଲେ ତଥା ଏମଏ ଓ ଏମଫିଲ କରିବା ସମୟରେ ସେ ବାପସା ସଂଗଠନ ସହିତ ଯୋଡ଼ି ହୋଇପାରିଥିଲେ ଏବଂ ଏହାର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଜଣେ ଉତ୍ତମ ବକ୍ତା ତଥା ସଂଗଠକ ରୂପେ ସେ ଜେଏନୟୁରେ ପରିଚିତ । ବର୍ତ୍ତମାନ ସେ ଜେଏନୟୁରେ ପିଏଚ୍ଡି ଛାତ୍ର ଅଛନ୍ତି ଏବଂ ଜେଏନୟୁ ଛାତ୍ର ସଂଘର ସଭାପତି ପଦରେ ନିର୍ବାଚନ ଜିଣିବା ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ଜେଏନୟୁରେ ୮ ହଜାର ଛାତ୍ରଛାତ୍ରୀ ଛାତ୍ର ସଂସଦ ନିର୍ବାଚନରେ ମତଦାନ କରିବେ । ଜେଏନୟୁରେ ଏବେ ପ୍ରାୟ ୪ ଶହ ଓଡ଼ିଆ ଛାତ୍ର ରହିଛନ୍ତି ।