"ହମାରା ସିଦ୍ଧୁ କିଧର ହୈ' ଭିଡିଓ ଭାଇରାଲ

"ହମାରା ସିଦ୍ଧୁ କିଧର ହୈ' ଭିଡିଓ ଭାଇରାଲ

"ହମାରା ସିଦ୍ଧୁ କିଧର ହୈ' ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ସେ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ "ହମାରା ସିଦ୍ଧୁ କିଧର ହୈ' କହି ତାଙ୍କୁ ଖୋଜିଥିଲେ । ନଭେମ୍ବର ୯ରେ କର୍ତାରପୁର କରିଡରର ଉଦଘାଟନ କାର୍ଯ୍ୟକ୍ରମ ଥିବା ବେଳେ ନିଜର ଅଧିକାରୀମାନଙ୍କ ସହ ସେଠାରେ ପହଞ୍ଚିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ସେଠାରେ ପହଞ୍ଚିବା ମାତ୍ରେ "ହମାରା ସିଦ୍ଧୁ କିଧର ହୈ' ବୋଲି ପଚାରିଥିଲେ ଇମ୍ରାନ୍ । ସିଦ୍ଧୁଙ୍କୁ ଏଭଳି ଆଗ୍ରହର ସହ ଖୋଜିବା ଅନ୍ୟମାନଙ୍କୁ ଚକିତ କରିଥିଲା । ପାକ୍ ପ୍ରଧାନମନ୍ତ୍ରୀ ନିଜର ଅନ୍ୟ କିଛି ଅଧିକାରୀଙ୍କ ସହ ଠିଆ ହୋଇଥିବା ବେଳେ "ଆଚ୍ଛା ହମାରା ସିଦ୍ଧୁ କିଧର ହେ, ମେଁ କେହ୍ ରହା ହୁଁ ହମାରା ସିଦ୍ଧୁ କିଧର ହୈ' କହୁଥିବା ଏହି ଭାଇରାଲ୍ ଭିଡିଓରେ ଶୁଣିବାକୁ ମିଳୁଛି । ଭିଡିଓଟିକୁ ନିଜେ ଇ୍ମରାନ୍ ଟ୍ୱିଟରରେ ସେୟାର କରିବା ପରେ, ତାହା ଭାଇରାଲ ହେବାରେ ଲାଗିଛି ।