ଇସିଙ୍କ ଠାରୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ

ଇସିଙ୍କ ଠାରୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ

ଇସିଙ୍କ ଠାରୁ ଜବାବ ଲୋଡିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବିରୋଧରେ ଦାୟର ମାମଲା ଉପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନ(ଇସି)ଙ୍କୁ ନୋଟିସ ଜାରୀ କରି ଜବାବ ଲୋଡିଛନ୍ତି । ପରିସ୍ଥିତିକୁ ଚାହିଁ ଉପଯୁକ୍ତ ନିର୍ଦ୍ଦେଶ ଦେବା ନେଇ ଇସିଙ୍କ ନିକଟରେ ସ୍ୱାଧୀନତା ରହିବା ଆବଶ୍ୟକ । ଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିବାକୁ ଆବେଦନକାରୀଙ୍କୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ସଞ୍ଜୟ କେ. କାଉଲ ଏବଂ ବିଚାରପତି କେ.ଏମ. ଯୋଶେଫଙ୍କ ପୀଠ କହିଛନ୍ତି । ମାମଲାର ପରବର୍ତୀ ଶୁଣାଣି ମେ ୨ରେ ହେବ । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ନେଇ ଏହି ଦୁଇ ନେତାଙ୍କ ବିରୋଧରେ ଇସିଙ୍କ ନିକଟରେ ୪୦ରୁ ଉର୍ଦ୍ଧ ଆବେଦନ ହୋଇଛି । ଅଥଚ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଉଦାସୀନତା ପ୍ରକାଶ କରିଥିବା ଦର୍ଶାଇ କଂଗ୍ରେସ ସାଂସଦ ସୁସ୍ମିତା ଦେବ ଏହି ଆବେଦନ କରିଥିଲେ ।