ବିଜେଡ଼ି ୧୩୪ ଆସନ ଜିତିବ : ସତ୍ୟଜିତ ମିଶ୍ର

ବିଜେଡ଼ି ୧୩୪ ଆସନ ଜିତିବ : ସତ୍ୟଜିତ ମିଶ୍ର

ବିଜେଡ଼ି ୧୩୪ ଆସନ ଜିତିବ : ସତ୍ୟଜିତ ମିଶ୍ର
ଭୁବନେଶ୍ୱର : ସରିଯାଇଛି ନିର୍ବାଚନ । କିଏ କେତେ ଆସନରେ ଜିତିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ଉଭୟ ବିଜେଡ଼ି ଓ ବିଜେପି ସରକାର ଗଢ଼ିବା ପାଇଁ ମ୍ୟାଜିକ ଅଙ୍କ ଠାରୁ ଢେ଼ର ଅଧିକ ସଂଖ୍ୟା ହାସଲ କରିବେ ବୋଲି ବାହାସ୍ଫୋଟ ମାରୁଛନ୍ତି । କେବଳ କଂଗ୍ରେସ ହିଁ ମ୍ୟାଜିକ ସଂଖ୍ୟା ଛୁଇଁ ପାରିବ ନାହିଁ ବୋଲି ସ୍ୱୀକାର କରିଛି । ତେବେ ୨୦୧୪ ଠାରୁ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ବ୍ୟକ୍ତ କରିଛି । ଏଭଳି ପରିପ୍ରେକ୍ଷୀରେ ଦଳୀୟ କର୍ମୀ ଓ ନେତାମାନେ ଭିନ୍ନଭିନ୍ନ ଅଙ୍କ ଦେଉଥିବା ଦେଖିବାକୁ ମିଳିଛି । ଗତକାଲି ବିଜେଡ଼ି ମୁଖପାତ୍ର ସମୀର ରଂଜନ ଦାଶ ବିଜେଡ଼ି ୧୦୦ ଟପିବା ସହ ୧୮ ଲୋକସଭା ଆସନ ଜିଣିବ ବୋଲି କହିଥିଲେ । ସେହିପରି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ବିଜେପି ୧୦୦ ଆସନ ସହ ୧୬ରୁ ଉଦ୍ଧ୍ୱର୍ ଲୋକସଭା ଆସନରେ ବାଜିମାତ କରିବ ବୋଲି ଆକଳନ କରିଛନ୍ତି । ଅପରପକ୍ଷରେ ସାମ୍ବାଦିକରୁ ରାଜନେତା ବନିଥିବା ବିଜେଡ଼ି ମିଡ଼ିଆ ପ୍ୟାନେଲିଷ୍ଟ ସତ୍ୟଜିତ ମିଶ୍ର ଏକ ଆକାଶଛୁଅାଁ ଆକଳନ କରିଛନ୍ତି । ଏଥର ବିଜେଡ଼ି ୧୩୪ ଆସନରେ ବାଜିମାତ କରିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।