ଆଜିଠୁ ଭିତରକନିକା ବନ୍ଦ

ଆଜିଠୁ ଭିତରକନିକା ବନ୍ଦ

ଆଜିଠୁ ଭିତରକନିକା ବନ୍ଦ
ରାଜନଗର: ଏବେ ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜନଗର ବନ ବିଭାଗ ପକ୍ଷରୁ ମେ ୧ ତାରିଖଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପରିଭ୍ରମଣ ପାଇଁ ବନ୍ଦ ରଖାଯିବ । ଏହି ସମୟରେ ମା କୁମ୍ଭୀର ଅନ୍ତସତ୍ୱା ହେବା ପରେ ଅଣ୍ଡା ଦେଇ୍ଥାନ୍ତି । ସୂଚନାଯୋଗ୍ୟ, ଚଳିତ ବର୍ଷ ୧୬୯୮ଟି କୁମ୍ଭୀର ଚିହ୍ନଟ କରାଯାଇଥିବା ବେଳେ ୧୦୦ଟି ବସା ଗଣନା ସମୟରେ ସାମ୍ନାକୁ ଆସିଥିଲା । ସତୁରୀ ଦଶକରୁ କୁମ୍ଭୀରମାନଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭିତରକନିକାରେ ପ୍ରଭାହିତ ନଦୀନାଳରେ ସ୍ଥାନର ଅଭାବ ଯୋଗୁଁ ଅଧିକାଂଶ କୁମ୍ଭୀର ଏହି ନଦୀ ସଂଯୋଗ କରୁଥିବା ବ୍ରାହ୍ମଣୀ, ବୈତରଣୀ,ଖରସ୍ରୋତା ହଂସୁଆ ପ୍ରଭୃତିରେ ପ୍ରବେଶ କରି ଜନବସତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏହାଛଡା ଅଧିକାଂଶ ସମୟରେ ନଦୀପଠାରେ ବଡ ବଡ କୁମ୍ଭୀରମାନଙ୍କ ମୃତଦେହ ଦେଖିବାକୁ ମିଳୁଛି ।