ଆଠଗଡ ରାଜନୀତି ସରଗରମ : ୨୪ରେ ବିଜେପିରୁ ଇସ୍ତଫା ଦେବେ ବିଭୁତି ମିଶ୍ର

ଆଠଗଡ ରାଜନୀତି ସରଗରମ : ୨୪ରେ ବିଜେପିରୁ ଇସ୍ତଫା ଦେବେ ବିଭୁତି ମିଶ୍ର

ଆଠଗଡ ରାଜନୀତି ସରଗରମ : ୨୪ରେ ବିଜେପିରୁ ଇସ୍ତଫା ଦେବେ ବିଭୁତି ମିଶ୍ର
ଭୁବନେଶ୍ୱର : ବିଜେପି ନେତା ବିଭୂତି ମିଶ୍ର ଦଳ ଛାଡ଼ିବେ । ପୁଣି ସେ କଂଗ୍ରେସରେ ମିଶିବେ । ଏଭଳି ଏକ ଚର୍ଚ୍ଚା ଏବେ ଆଠଗଡ଼ ରାଜନୀତିକ ମହଲରେ ଜୋରଧରିଛି । ୨୪ରେ ବିଜେପିରୁ ଇସ୍ତଫା ଦେବେ ବିଭୁତି ମିଶ୍ର ବିଭୂତି ମିଶ୍ର ଏକଦା କଂଗ୍ରେସର ଆଗଧାଡ଼ିର ନେତା ଥିଲେ । ଆଠଗଡ଼ରେ ତାଙ୍କର ଢେ଼ର ପତିଆରା ବି ରହିଛି । ନିର୍ବାଚନୀ ରାଜନୀତିରେ ସେ ସଫଳ ହୋଇପାରିନଥିଲେ ବି ପତିଆରା ରାଜନୀତିରେ ଶ୍ରୀ ମିଶ୍ର ବେଶ କ୍ଷମତାସମ୍ପନ୍ନ ଥିଲେ । ପଟ୍ଟନାୟକ ପରିବାର ସହ ତାଙ୍କର ନିଘନ ସମ୍ପର୍କ ବି ରହିଥିଲା । କିନ୍ତୁ ପରବର୍ତୀ ସମୟରେ ସେ ପ୍ୟାରୀମୋହନ ମହାପାତ୍ରଙ୍କ ଜନମୋର୍ଚ୍ଚାରେ ଯୋଗଦେଇଥିଲେ । ତେବେ ଜନମୋର୍ଚ୍ଚା ଆଗେଇ ନପାରିବାରୁ ଗତ ପଂଚାୟତ ନିର୍ବାଚନ ବେଳେ ସେ ବିଜେପିରେ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଉପସ୍ଥିତିରେ ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ଶ୍ରୀ ମିଶ୍ରଙ୍କ ସହ ତାଙ୍କର ଘନିଷ୍ଠ ସହଯୋଗୀ ଶଙ୍କର୍ଷଣ ମାହାର, ଶରତ ଚନ୍ଦ୍ର ପରିଡ଼ା, ହୃଦାନନ୍ଦ ତ୍ରିପାଠୀ ପ୍ରମୁଖ ବି ବିଜେପିରେ ସାମିଲ ହୋଇଥିଲେ । ତେବେ ସାଧାରଣ ନିର୍ବାଚନରେ ବିଭୂତିଙ୍କୁ ବିଜେପି ସେଭଳି ଗୁରୁତ୍ୱ ଦେଇନଥିଲା । ପରବର୍ତୀ ସମୟରେ ସେ ବିଜେପି ସଂଗଠନରେ ବି ତାଙ୍କୁ ଗୁରୁତ୍ୱ ଦିଆଯାଇନଥିଲା । ବେଶ କିଛିଦିନ ଧରି ସେ ନୀରବ ରହିଥିଲେ । ତେବେ ତାଙ୍କର କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବୀ ବିଶ୍ୱାଳଙ୍କ ସହ ଭଲ ସମ୍ପର୍କ ରହିଥିବାବେଳେ ନିକଟରେ ମାନସ ଚୌଧୁରୀଙ୍କୁ କଟକ ଜିଲ୍ଲା କଂଗ୍ରେସର ସଭାପତି ଭାବେ ଦାୟିତ୍ୱ ଦିଆଯାଇଛି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚିରଞ୍ଜିବୀ ଓ ମାନସ ଏସମ୍ପର୍କରେ ବିଭୂତିଙ୍କ ସହ ଆଲୋଚନା କରିଛନ୍ତି । ପୁଣି କଂଗ୍ରେସକୁ ଫେରି ଆସିବା ପାଇଁ ତାଙ୍କୁ ପ୍ରବର୍ତାଇଛନ୍ତି । ଅପରପକ୍ଷରେ ବିଭୂତି ବି କଂଗ୍ରେସକୁ ଫେରିବାକୁ ମନ ବଳାଇ ସାରିଥିବା ତାଙ୍କର ଜଣେ ସମର୍ଥକ ପ୍ରକାଶ କରିଛନ୍ତି । ଏନେଇ ଆମେ ଶ୍ରୀ ମିଶ୍ରଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରିଥିଲେବି ତାଙ୍କର ପ୍ରତିକ୍ରିୟା ପାଇପାରୁନାହୁଁ । କିନ୍ତୁ ଆଠଗଡ଼ ରାଜନୀତିରେ ଏବେ ଏହି ଚର୍ଚ୍ଚା ରାଜନୀତିକ ପାଣିପାଗକୁ ସରଗରମ କରିଦେଇଛି । ଅନ୍ୟ ଏକ ସୂଚନା ଅନୁଯାୟୀ ଗତ ନିର୍ବାଚନରେ ପୁରୀ ଛାଡ଼ି ବରିଷ୍ଠ କଂଗ୍ରେସ ନେତା ଉମା ବଲ୍ଲଭ ରଥ ଆଠଗଡ଼ରେ ନିଜର ଭାଗ୍ୟ ପରୀକ୍ଷାକୁ ଯାଇଥିଲେ । କିନ୍ତୁ ନିର୍ବାଚନରେ ପରାସ୍ତ ହେବା ପରେ ଶ୍ରୀ ରଥ ବି ଆଗଭଳି ଆଉ ଆଠଗଡ଼ ଯାଉନାହାନ୍ତି । ପୁରୀରେ କଂଗ୍ରେସର ଟାଣୁଆ ନେତା ନଥିବାବେଳେ ଉମା ପୁରୀ ରାଜନୀତି ଉପରେ ଫୋକସ କରିବାକୁ ଯୋଜନା କରୁଥିବାବି ଚର୍ଚ୍ଚା ହେଉଛି ।