ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଚିଠି ରାଜନୀତି

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଚିଠି ରାଜନୀତି

ପଶ୍ଚିମବଙ୍ଗରେ ଆରମ୍ଭ ହେଲା ଚିଠି ରାଜନୀତି
କୋଲକାତା: ବର୍ତ୍ତମାନର ପରିସ୍ଥିତିରେ ପଶ୍ଚିମବଙ୍ଗରେ ଚିଠି ରାଜନୀତି ପୁଣି ଆରମ୍ଭ ହୋଇଛି । ରାଜଭବନ ଓ ନବାହ୍ନ ପୁଣି ମୁହାଁମୁହିଁ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଚିଠି ଲେଖି ତାଙ୍କର ସାମ୍ବିଧାନିକ ଦାୟିତ୍ୱ ସମ୍ପର୍କରେ ସଚେତନ କରିବା ସହ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ କ୍ଷମତାରେ ଅପବ୍ୟବହାର ନ କରିବା ଏବଂ ରାଜନୀତି ନ କରିବା ଲାଗି ପରାମର୍ଶ ଦେଇଥିଲେ । ରାଜ୍ୟପାଳ ଜଗଦୀପ ଧନଖଡ଼ ୪ ପୃଷ୍ଠା ସମ୍ବଳିତ ଏକ ଚିଠିରେ ଏହାର ଉତ୍ତର ଦେଇ ଲେଖିଛନ୍ତିଯେ, ରାଜ୍ୟରେ କ୍ଷମତାର ଅପବ୍ୟବହାର କିଏ କରୁଛି ସମସ୍ତେ ଜାଣନ୍ତି । ରାଜ୍ୟରେ ଆଇନର ଶାସନ ନାହିଁ, ପୁଲିସ ରାଜ ଚାଲିଛି । ରେସନ ବଣ୍ଟନରେ ମଧ୍ୟ ଦୁର୍ନୀତି ହେଉଛି । ରେସନ ପାଇଁ ରାଜ୍ୟରେ ମାରପିଟ, ଭଙ୍ଗାରୁଜା ସର୍ବସମ୍ମୁଖରେ ଚାଲିଛି । ଆପଣଙ୍କ ଦାୟିତ୍ୱ ଗରିବମାନଙ୍କ କଲ୍ୟାଣ ପାଇଁ ।କେନ୍ଦ୍ର ଦେଉଥିବା ଚାଉଳ ଠିକ ଭାବେ ବଣ୍ଟନ କରାଯାଉନାହିଁ । ବର୍ତ୍ତମାନର ମହାମାରୀ କରୋନା ତଥ୍ୟ ଗୋପନ ରଖାଯାଉଛି ବୋଲି ରାଜ୍ୟପାଳ ଉକ୍ତ ଚିଠିରେ ଦର୍ଶାଇଛନ୍ତି । ରାଜ୍ୟପାଳ ବିଭିନ୍ନ କଥା ଉଠାଇ କହିଛନ୍ତି ଯେ, ମୁଁ ସାମ୍ବିଧାନିକ ଦାୟିତ୍ୱ ବୁଝେ, ଜନଗଣଙ୍କ କଲ୍ୟାଣ ପାଇଁ ଆପଣଙ୍କ ସହ ବାରବାର ଆଲୋଚନା କରିବା ପାଇଁ ଚାହେଁ । କିନ୍ତୁ ତାହା କେବେ ଠିକ୍‍ ଢ଼ଙ୍ଗରେ କରାଇ ଦିଆଯାଉନାହିଁ । ତେଣୁ ଆପଣ ଆପଣଙ୍କ ଦାୟିତ୍ୱ ଠିକ୍‍ ଭାବେ ପାଳନ କରନ୍ତୁ । ମୋତେ ମୋ କାମ କରିବାକୁ କେହି ଅଟକାଇ ପାରିବେ ନାହିଁ । ଯାହା କରଣୀୟ ତାହା କରିବି । ଆଜିର ଏହି ଚିଠି ପରେ ରାଜଭବନ-ନବାନ୍ନ ପୁଣି ମୁହାଁମୁହିଁ ହୋଇଛନ୍ତି । ତୃଣମୂଳ ମହାସଚିବ ତଥା ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, ରାଜ୍ୟପାଳ ବିଜେପିର ମୁଖପାତ୍ର ଭଳି କାମ କରୁଛନ୍ତି ।