ଜମ୍ମୁ କଶ୍ମୀର ଏବେ ‘ବନ୍ଦୀ ଶିବିର’

ଜମ୍ମୁ କଶ୍ମୀର ଏବେ ‘ବନ୍ଦୀ ଶିବିର’

ଜମ୍ମୁ କଶ୍ମୀର ଏବେ ‘ବନ୍ଦୀ ଶିବିର’
ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜ ବିବାଦୀୟ ବୟାନ ପାଇଁ ବାରମ୍ବାର କଂଗ୍ରେସକୁ ଅଡୁଆରେ ପକାଉଛନ୍ତି । ଅଧୀର ରଞ୍ଜନ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପ୍ରଥମେ ସଂସଦରେ କହିଥିଲେ ଯେ ଜମ୍ମୁ କଶ୍ମୀର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇପାରିବ ନାହିଁ, କାରଣ ଏହି ବିବାଦ ଜାତିସଂଘରେ ରହିଛି । ୧୯୪୮ ମସିହାରୁ ଜାତିସଂଘ ଏହି ପ୍ରସଙ୍ଗକୁ ଯାଞ୍ଚ କରୁଛନ୍ତି, ତେଣୁ ଏହା କିଭଳି ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ଚୌଧୁରୀ ପ୍ରଶ୍ନ କରିଥିଲେ । ତାଙ୍କର ଏଭଳି ମନ୍ତବ୍ୟ ପାଇଁ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ଅଧୀର ରଞ୍ଜନ ଆଜି ପୁଣି ଥରେ ମୋଦି ସରକାରଙ୍କୁ ସମାଲୋଚନା କରି କହିଛନ୍ତି ସରକାର ବଳପୂର୍ବକ ଜମ୍ମୁ କଶ୍ମୀର ଲୋକମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରୁଛନ୍ତି ଏବଂ ଜମ୍ମୁ କଶ୍ମୀରକୁ ଏକ ବନ୍ଦୀଶାଳରେ ପରିଣତ କରିଦେଇଛନ୍ତି । ଅଧୀର ରଞ୍ଜନଙ୍କର ଏଭଳି ବୟାନକୁ ଜୋରଦାର ବିରୋଧ କରାଯାଉଥିବାରୁ ଏହା ପୁଣି ଥରେ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିଛି ।