ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ, ମୁଲାୟମ

ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ, ମୁଲାୟମ

ଗୋଟିଏ ମଂଚରେ ଏକାଠି ହେଲେ ମାୟାବତୀ, ମୁଲାୟମ
ମେନପୁରୀ: ଉତ୍ତର ପ୍ରଦେଶ ରାଜନୀତିରେ ଆଜି ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି | ପରସ୍ପର ବିରୋଧୀ ମାୟାବତୀ ଏବଂ ମୁଲାୟମ ଆଜି ୨୪ ବର୍ଷ ପରେ ମନୋମାଳିନ୍ୟ ଭୁଲି ଗୋଟିଏ ମଂଚରେ ଦେଖାଦେଇଛନ୍ତି | ମେନପୁରୀରେ ଆଜି ଏକ ରାଲିରେ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ମୁଲାୟମଙ୍କ ସହ ଏକାଠି ହୋଇ ମୁଲାୟମ ସିଂଙ୍କ ପାଇଁ ଭୋଟ ମାଗିବେ। ଏହି ରାଲିରେ ଲକ୍ଷ ଲକ୍ଷ ଲୋକେ ସାମିଲ ହୋଇଛନ୍ତି । ଆଜି ମେନପୁରୀରେ ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକତନ୍ତ୍ର ଦଳର ମହାମେଣ୍ଟର ସଂଯୁକ୍ତ ରାଲି ହୋଇଛି। ମେନପୁରୀର ଖ୍ରୀଷ୍ଟିଆନ ପଡିଆରେ ଏହି ରାଲି ଚାଲିଛି । ସମସ୍ତ ଦଳ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ରାଲିରେ ଅଖିଳେସ ଯାଦବ ଏବଂ ରାଷ୍ଟ୍ରୀୟ ଲୋକଦଳ ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂ ମଧ୍ୟ ଉପସ୍ଥିତ ଅଛନ୍ତି ।