ଏକ ମାସକରେ ସରିବ ଅଯୋଧ୍ୟା ଶୁଣାଣି
ଏକ ମାସକରେ ସରିବ ଅଯୋଧ୍ୟା ଶୁଣାଣି
admin
Sep 18, 2019 - 07:01
Updated: Sep 18, 2019 - 07:01
ନୂଆଦିଲ୍ଲୀ :ରାମଜନ୍ମଭୂମି ଏବଂ ବାବରୀ ମସଜିଦ ବିବାଦରେହିନ୍ଦୁ ପକ୍ଷକାରଙ୍କ ଶୁଣାଣୀ ପରେ ଏବେ ମୁସଲିମ ପକ୍ଷକାରଙ୍କ ଶୁଣାଣୀ ପୂର୍ଣ୍ଣ ହେବାକୁ ଯାଉଛି। ତେବେ ଅକ୍ଟୋବର ୧୮ ସୁଦ୍ଧା ଶୁଣାଣୀ ଶେଷ ହୋଇପାରେ ବୋଲି କୁହାଯାଉଛି। ଏହି ମାମଲାରେ ଶୁଣାଣୀ କରୁଥିବା ସମୟରେ ମୁଖ୍ୟ ନ୍ୟାୟାଧିଶ ରଞ୍ଜନ ଗୋଗୋଇ ଏହି ସମ୍ବନ୍ଧରେ ସଙ୍କେତ ଦେଇଛନ୍ତି। ଶୁଣାଣୀ ସମୟରେ ମୁଖ୍ୟ ନ୍ୟାୟାଧୀଶ ସମସ୍ତ ପକ୍ଷଙ୍କୁ ପ୍ରଶ୍ନ କରିଥିଲେ କି, କେତେ କେତେ ଦିନ ବ୍ୟବଧାନରେ ସେମାନେ ନିଜର ଯୁକ୍ତି ବାଢିବା ଶେଷ କରିବେ। ଯଦି ସମସ୍ତ ପକ୍ଷକାର ସ୍ପଷ୍ଟ କରିବେ କି ସେମାନଙ୍କୁ ନିଜ ଯୁକ୍ତି ବାଢିବା ପାଇଁ କେତେ ସମୟ ଲାଗିବ ତେବେ ଅନ୍ତିମ ଶୁଣାଣୀ କରିବାକୁ କେତେ ଦିନ ସମୟ ଲାଗିବ ଜଣା ପଡିଯିବ। ଜଷ୍ଟିସ୍ ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ନେବାକୁ ଯାଉଛନ୍ତି। ତେଣୁ ତାଙ୍କ ଅବସର ପ୍ରାପ୍ତି ପୂର୍ବରୁ ଏହି ଦଶକ ପୁରୁଣା ବିବାଦର ସମାଧାନ ହେବ ବୋଲି ଆଶଙ୍କା କରାଯାଉଛି। ମୁସଲିମ ପକ୍ଷଙ୍କ ତରଫରୁ ବରିଷ୍ଠ ଓକିଲ ରାଜୀବ ଧାୱନ ଯୁକ୍ତି ବାଢିବା ସମୟରେ କହିଥିଲେ କି, ବିବାଦିତ ସ୍ଥଳରେ ମିଳିଥିବା ଖୁଣ୍ଟିରୁ ଦେଖାଯାଇଥିବା ଚିହ୍ନରୁ ଜଣା ପଡୁଛି କି, ଏହା ଇସଲାମିକ ନୁହେଁ। ମସଜିଦ କେବଳ ମୁସଲମାନଙ୍କ ଦ୍ଵାରା ନିର୍ମିତ କରାଯାଇ ନଥିଲା। ତାଜମହଲର ନିର୍ମାଣ ଏକାକୀ ମୁସଲମାନମାନେ କରି ନଥିଲେ। ଏଥିରେ ମୁସଲିମ ଏବଂ ହିନ୍ଦୁ ଦୁଇ ସମ୍ପ୍ରଦାୟର ଶ୍ରମିକ ସାମିଲ ଥିଲେ।