ଚୀନରେ ଭୂମିକମ୍ପ, ୧୧ ମୃତ୍ୟୁ

ଚୀନରେ ଭୂମିକମ୍ପ, ୧୧ ମୃତ୍ୟୁ

ଚୀନରେ ଭୂମିକମ୍ପ, ୧୧ ମୃତ୍ୟୁ
ଚୀନ: ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ବଡ ଝଟକା ଲାଗିଛି । ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି । ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍‌ସି ଅନୁଯାୟୀ ଭୂମିକମ୍ପର ତିବ୍ରତା ୬.୦ ରହିଥିଲେ । ସିଇଏନ୍‌ସିର ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା । ମଙ୍ଗଳବାର ସକାଲୁ ୫.୩ ତିବ୍ରତାର ଭୂମିକମ୍ପ ଦ୍ୱିତୀୟଥର ପାଇଁ ଅନୁଭବ ହୋଇଥିଲା ।