ଭାରତ ପ୍ରତି କଠୋର ହେଲେ ବ୍ରିଟେନ

ଭାରତ ପ୍ରତି କଠୋର ହେଲେ ବ୍ରିଟେନ

ଭାରତ ପ୍ରତି କଠୋର ହେଲେ ବ୍ରିଟେନ
ବ୍ରିଟେନ: ଭାରତ ପ୍ରତି ବ୍ରିଟେନ କଠୋର ହୋଇଛି । ସହଜ ଛାତ୍ର ଭିଜା ତାଲିକା ରୁ ବ୍ରିଟେନ ଭାରତକୁ ବାଦ୍ ଦେଇଛି । ବ୍ରିଟେନରେ ଅଧ୍ୟୟନ କରିବା ଲାଗି ରହିଥବା ସହଜ ଛାତ୍ର ଭିଜା ମାନଦଣ୍ଡର ସଂଶୋଧନରେ ଭାରତ ପ୍ରତି କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହା ସହ ୨୬ ଟି ଦେଶ ବ୍ରିଟେନର ସହଜ ଛାତ୍ର ଭିଜା ତାଲିକା ରହିଛନ୍ତି । ଯଥା- ବ୍ରାଜିଲ, କାଜାଖସ୍ତାନ,ମରିସସ,ପେରୁ ଏବଂ ଟୁନିସିଆ ଭଳି ରାଷ୍ଟ୍ରକୁ ନୂତନ ଭାବେ ସାମିଲ କରାଯାଇଥିବା ବେଳେ ଭାରତକୁ ବାଦ୍ ଦେଇଛନ୍ତି । ଭାରତ କେତେକ ମାନଦଣ୍ଡ ପୂରଣ କରୁ ନଥିବାରୁ ତାଲିକାରେ ସାମିଲ ହୋଇନାହିଁ ବୋଲି ବ୍ରିଟେନ ସରକାରୀ ସୂତ୍ରରୁ କୁହାଯାଇଛି । ସୂଚନାରୁ ଜଣାପଡୁଛ,ି ଯେ ସହଜ ଛାତ୍ର ଭିଜା ତାଲିକାରେ ରହିଥିବା ଦେଶଗୁଡିକର ଛାତ୍ରୀଛାତ୍ରମାନେ ବ୍ରିଟେନରେ ଅଧ୍ୟୟନ କରିବା ଲାଗି ଭିଜା ପାଇଁ ଆବେଦନ କଲେ ସେମାନଙ୍କ ପାଇଁ କୋହଳ ମାନଦଣ୍ଡ ରହିବ ।