ନୋଟବନ୍ଦୀର ଯାଂଚ କରାଯିବ: ମମତା
ନୋଟବନ୍ଦୀର ଯାଂଚ କରାଯିବ: ମମତା
admin
Mar 28, 2019 - 10:42
Updated: Mar 28, 2019 - 10:42
କୋଲକାତା: ଲୋକସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ନିଜ ଦଳ ତୃଣମୂଳ କଂଗ୍ରେସର ନିର୍ବାଚନୀ ଇସ୍ତାହାର ଜାରି ରଖିଛନ୍ତି । ନିର୍ବାଚନ ପରେ ବିରୋଧୀ ମହାମେଂଟ ଶାସନକୁ ଆସିଲେ ନୋଟବନ୍ଦୀର ସବିଶେଷ ଯାଂଚ କପରାଯିବ ବୋଲି ଏହି ଇସ୍ତାହାରରେ ଉଲ୍ଲେଖ ଅଛି । ଏହା ବ୍ୟତୀତ ଯୋଜନା ଆୟୋଗକଙ୍କୁ ମଧ୍ୟ ଫେରାଇ ଅଣାଯିବ ବୋଲି ଏହି ନିର୍ବାଚନୀ ଇସ୍ତାହାରରେ ଘୋଷଣା ହୋଇଛି । ଶ୍ରମିକଙ୍କ ଭୋଟ ହାତେଇବାକୁ ଯାଇ ୧୦୦ ଦିନର କର୍ମ ଯୋଜନାର ସମୟକୁ ୨୦୦ ଦିନ ପର୍ଯ୍ୟନ୍ତ ବଢ଼ାଯିବ ବୋଲି ମମତା ଘୋଷଣା କରିଛନ୍ତି । ଏହା ଅଭିବୃଦ୍ଧି ସହ ଶ୍ରମିକ ମାନଙ୍କ ପାରିଶ୍ରମିକ ମଧ୍ୟ ୨ଗୁଣ ହୋଇପାରିବ ବୋଲି କୁହାଯାଇଛି । କେବଳ ନୋଟ ବନ୍ଦୀ ନୁହେଁ ଶାସନକୁ ଆସିଲେ ଜିଏସଟିର ମଧ୍ୟ ସମୀକ୍ଷା କରାଯିବ ବୋଲି ଇସ୍ତାହାରରେ ଉଲ୍ଲେଖ ହୋଇଛି । ସମୀକ୍ଷା ପରେ ଜିଏସଟି ଯଦି ପ୍ରକୃତରେ ଫଳପ୍ରଦ ମନେ ନହୁଏ ତେବେ ଏହାକୁ ବନ୍ଦୀ କରାଯିବ ବୋଲି କୁହାଯାଇଛି । ଏହା ବ୍ୟତୀତ ନିର୍ବାଚନ ସମୟରେ ବିଏସଏଫର ପୂର୍ବତନ ମହାନିର୍ଦ୍ଦେଶକ କେ କେ ଶର୍ମାଙ୍କୁ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗର ପୁଲିସ ପର୍ଯ୍ୟବେକ୍ଷିକକ୍ଷ ଭାବେ ନିୟୋଜନ କରାଯିବା ଘଟଣାକୁ ମଧ୍ୟ ମମତା ବିରୋଧ କରିଛନ୍ତି । ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ କିପରି ଭାବେ ପୁଲିସ କର୍ମଚାରୀ ମାନଙ୍କ କାର୍ଯ୍ୟ ଯାଂଚ କରିପାରିବେ ବୋଲି ପ୍ରଶ୍ନ ସେ କରିଛନ୍ତି । ଏହା ବ୍ୟତୀତ ନିଜ କାର୍ଯ୍ୟକଳାପ ମଧ୍ୟରେ ସେ ଆରଏସ୍ଏସ୍ର ଏକ କାର୍ଯ୍ୟକ୍ରମରେ ନିଜ ବର୍ଦୀ ପିନ୍ଧି ଯୋଗ ଦେଇଥିବା ମମତା ଅଭିଯୋଗ କରିଛନ୍ତି ।